fbpx

(video): ‘ମୁଁ ମାୟାବିନୀ ଫୁଲ ଜୋଛନା’ – ଗୋଟିଏ ସମୟରେ ଦୁଇ ଦୁଇ ଜଣଙ୍କ ସହ ଅଫେୟର, ୭ ବର୍ଷ ସାନ ଅଭିନେତାଙ୍କ ସହ ସେଟ ହୋଇ ଡେଟ କରୁଥିଲେ…

ଓଡିଶା ଭାସ୍କର: ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ପୁନିଆ । ରୋକଠୋକ କଥା କହିବା ହେଉ ବା ଅନେକ ଅଭିନେତା ସହ ଅଫେୟର କରିବା କଥା ଆସିଲେ ତାଙ୍କ ନାମ ସାମ୍ନାକୁ ଆସିଥାଏ । ପବିତ୍ରା ନାମ ହୋଇଥିଲେ ବି ସେ ସେତେ ପବିତ୍ର ନୁହନ୍ତି ବୋଲି ଅନେକ ଲୋକ କୁହନ୍ତି । ୨୨ ଅଗଷ୍ଟ ୨୦୨୪ ମସିହାରେ ସେକ୍ସି ଅଭିନେତ୍ରୀ ପବିତ୍ରା ନିଜର ୩୮ ତମ ଜନ୍ମ ଦିବସ ପାଳନ କରିବାକୁ ଯାଉଛନ୍ତି । ନିଜର ଅଭିନୟ ପାଇଁ ଯେତେ ଚର୍ଚ୍ଚାରେ ନ ଥାଆନ୍ତି ଅଭିନେତ୍ରୀ ପବିତ୍ରା, ତା’ଠୁ ଅଧିକ ଚର୍ଚ୍ଚାରେ ଥାଆନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ।

ପବିତ୍ରା ଦୀର୍ଘ ସମୟରୁ ଟେଲିଭିଜନ ଜଗତ ସହ ଜଡିତ । ଅନେକ ଧାରାବାହିକରେ ସେ ନେଗେଟିଭ ରୋଲ କରି ଦର୍ଶକଙ୍କ ହୃଦୟରୂପକ ଘରେ ଜାଗା କରି ପାରିଛନ୍ତି । ଟେଲିଭିଜନ ଶୋ’ ‘ବିଗ ବସ-୧୪’ ର ସେ ଅଂଶ ମଧ୍ୟ ରହି ସାରିଛନ୍ତି । ଏହି ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଜଣକ ବିଗ-ବସ୍‌ରେ ଏଜାଜ ଖାନଙ୍କୁ ହୃଦୟ ଦେଇ ଦେଇଥିଲେ । ଯାହା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଶୋ’ ପରେ ଉଭୟେ ଲିଭ ଇନ ରିଲେଶନସିପରେ ମଧ୍ୟ ରହୁଥିଲେ । ମାତ୍ର ଏବେ ସେମାନଙ୍କ ବ୍ରେକ-ଅଫ ହୋଇ ସାରିଛି । ମାତ୍ର ଏହା ପବିତ୍ରାଙ୍କ ପ୍ରଥମ ବ୍ରେକ-ଅପ ନୁହେଁ ।

 

View this post on Instagram

 

A post shared by Pavitraa puniya (@pavitrapunia_)

ଏଜାଜ ଖାନଙ୍କ ପୂର୍ବରୁ ସେ ସୁମିତ ମାହେଶ୍ୱରୀଙ୍କୁ ବିବାହ କରିଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ସେହିସମୟରେ । ସୁମିତ ଏକ ସାକ୍ଷାତକାରରେ କହିଥିଲେ ଯେ, ପବିତ୍ରା ତାଙ୍କୁ ଧୋକା ଦେଇଛନ୍ତି । ସେ ବିବାହିତ ହୋଇ ବି ପାରସ ଛାବଡାଙ୍କୁ ଭଲ ପାଇ ବସିଥିଲେ । ମାନେ ଏକାସାଙ୍ଗେ ଦୁଇ ଜଣଙ୍କ ପ୍ରେମରେ ସେ ପାଗଳ ଥିଲେ । କେବଳ ପାରସ ନୁହଁନ୍ତି ‘ବିଗବସ-୧୩’ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ବି ସେ ନିଜ ମାୟାଜାଲରେ ଫସାଇଥିବା କଥା କୁହାଯାଏ । ପବିତ୍ରାଙ୍କ ଏ କାହାଣୀ ଏତିକିରେ ଶେଷ ହୋଇ ନାହିଁ । ସେ ନିଜଠୁ ସାତ ବର୍ଷ ସାନ ଅଭିନେତା ପ୍ରତୀକ ସହଜପାଲଙ୍କୁ ମଧ୍ୟ ଡେଟ କରି ସାରିଛନ୍ତି । ନିଜେ ଅଭିନେତ୍ରୀ ପ୍ରତୀକଙ୍କ ସହ ତାଙ୍କର ସବୁଠୁ ଖରାପ ବ୍ରେକ-ଅପ ହୋଇଥିବା କହିଥିଲେ ।

ଅଭିନେତ୍ରୀ ପବିତ୍ରା ଓ ଏଜାଜ ବିବାହ କରିବାର ଯୋଜନା ମଧ୍ୟ କରି ସାରିଥିଲେ । ସେମାନେ ପ୍ରାୟ ୩ ବର୍ଷ ଲିଭ-ଇନ-ରିଲେସନସିପରେ ରହିଥିଲେ । ତଥାପି ସେମାନେ ବିବାହ କରି ପାରିଲେନି । ଭଭୟେ ଅଲଗା ହୋଇଯିବାର ରାସ୍ତା ଆପଣାଇ ନେଲେ । ଅଭିନେତ୍ରୀ ପବିତ୍ରା ପୁନିଆଙ୍କ ପ୍ରେମ ଜୀବନକୁ ଦେଖିଲେ ଫ୍ୟାନ୍ସ କୁହନ୍ତି, ‘ମୁଁ ମାୟାବିନୀ ଫୁଲ ଜୋଛନା’ ।

 

View this post on Instagram

 

A post shared by Pavitraa puniya (@pavitrapunia_)

Get real time updates directly on you device, subscribe now.