fbpx

(video): ସେଟରେ ବେହୋସ ହୋଇ ପଡିଥିଲେ ଊର୍ଫି, ୫୦ ଘଣ୍ଟା ଲଗାତାର କରିଥିଲେ ଏହି କାମ, ସେକ୍ସି ଅଭିନେତ୍ରୀଙ୍କ ହଟ ବୟାନ…

ଓଡିଶା ଭାସ୍କର: ଊର୍ଫି ଜାଭେଦ! ସୋସିଆଲ ମିଡିଆର ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ । ‘ବିଗ ବଗ୍ ଓଟିଟି’ ପରେ ତ ଏହି ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀଙ୍କ ଚାହିଦାରେ ଚାର ଚାନ୍ଦ ଲାଗିଛି । ନିଜ ଅତରଙ୍ଗୀ ଆଉଟଫିଟ ଓ ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ଊର୍ଫି ଜାଭେଦ । ଗୋଟିଏ ପଟେ ଊର୍ଫି ଟ୍ରୋଲ ହେଉଥିବାବେଳେ ଅପରପକ୍ଷେ ତାଙ୍କ ପାଇଁ ଅନେକ ଫ୍ୟାନ୍ସ ପାଗଳ ହୁଅନ୍ତି ।

 

View this post on Instagram

 

A post shared by prime video IN (@primevideoin)

ନିକଟରେ ଊର୍ଫି ଏକ ସାକ୍ଷାତକାରରେ କହିଛନ୍ତି ଯେ, ପ୍ରାରମ୍ଭିକ ଦିନରେ କେମିତି ତାଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ଟେଲିଭିଜନରେ କାମ କରିବା ସମୟରେ ଥରେ ସେ ଚାପଗ୍ରସ୍ତ ହୋଇ ତଳେ ପଡି ବେହୋସ ହୋଇଯାଇଥିଲେ ବୋଲି ଏହି ସେକ୍ସି ଅଭିନେତ୍ରୀ ଜଣକ ପ୍ରକାଶ କରିଛନ୍ତି । ସେ ଟିଭି ସିରିୟଲ ‘ମେରୀ ଦୁର୍ଗା’ ଦୁର୍ଗାର ଅଂଶ ଥିଲେ । ଏଥିରେ ସେ ଲଗାତାର ଭାବରେ କାମ କରୁଥିଲେ । ସେ ଥରେ ଲଗାତାର ଭାବରେ ୫୦ ଘଣ୍ଟା ସୁଟିଂ କରି ବେହୋସ ହୋଇ ପଡିଥିଲେ । ଡେଲି ସୋପର ସୁଟିଂ ସମୟରେ ମଧ୍ୟ ଊର୍ଫି ମାତ୍ର ୨ ଘଣ୍ଟା ଶୋଉଥିଲେ । କହିରଖୁ, ଊର୍ଫି ଚଳିତବର୍ଷ ଏଲଏସଡି-୨ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଛନ୍ତି ।

 

View this post on Instagram

 

A post shared by prime video IN (@primevideoin)

 

 

Get real time updates directly on you device, subscribe now.