ଶୀତରେ ଥରୁଛି ସାରା ଓଡିଶା; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର, କମୁଛି ରାତି ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦନ ହେବ ରାଜ୍ୟରେ ଶୀତର ପ୍ରଭାବ ଟିକିଏ କମି ଥିବାବେଳେ ବର୍ତ୍ତମାନ ଏହା ପୁଣି ବଢିବାର ଲାଗିଛି । ଫଳରେ ରାଜ୍ୟର ୧୧ ସହର ୧୦ ଡିଗ୍ରୀ ତଳଏ ରହିଛି । ଏତିସହିତ ଜି. ଉଦୟଗିରିର ତାପମାତ୍ରା ୫ ଡିଗ୍ରୀକୁ ଖସିଛି । ଯାହାକି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ତେବେ ହିମାଳୟ ପଟୁ କାଲୁଆ ପବନ ରହିବା କାରଣରୁ ଉତ୍ତରରୁ ଦକ୍ଷିଣ ଯାଏ ସବୁଠି ଶୀତର ମାତ୍ରା ବଢିଛି । ତେବେ ମାତ୍ର ଦିନକ ଭିତରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪.୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଫଳରେ ରାଜ୍ୟର ପ୍ରାୟ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ତେବେ କୋରାପୁଟ ସେମିଳିଗୁଡ଼ାରେ ରାତି ତାପମାତ୍ରା ୭ ଡିଗ୍ରି ରହିଥିବା ବେଳେ କେନ୍ଦୁଝରରେ ୭.୬ ଡିଗ୍ରି, ଚିପିଲିମାରେ ୭.୮ଡିଗ୍ରି, ଫୁଲବାଣୀରେ ୮ ଡିଗ୍ରି, ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୮.୨ ଡିଗ୍ରି, ସୁନ୍ଦରାଗଡ଼ରେ ୮.୫ ଡିଗ୍ରି, କୋରାପୁଟ ଓ ଦାରିଙ୍ଗବାଡିରେ ୯ ଡିଗ୍ରି ଏବଂ ଅନୁଗୁଳରେ ରାତି ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି।

ଅନ୍ୟପକ୍ଷେ ପାଣିପାଗ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଉତ୍ତର ଭାରତ ଆଡୁ କାଲୁଆ ପବନ ପ୍ରଭାବିତ ହେଉଛି । ଫଳରେ ଆହୁରି ୪ରୁ ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ । ଏହାପରେ ତାପାମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି । ତେବେ ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଜିଲ୍ଲାରେ କୁହୁଡ଼ି ହୋଇଛି । ଫଳରେ ସକାଳୁ ସକାଳୁ ଗଡିଚଳାଚଳ ଏବଂ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଥିସହିତ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ରହିଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରି ରହିଛି ।