fbpx
BSKY
BJD MC SKY
BJD YOUTH SKY

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଭୟଙ୍କର ଗୁଳି ବିନିମୟ: ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଦେଶରେ ଜାମ୍ମୁ-କାଶ୍ମୀରକୁ ନେଇ ଅନେକ ବିବାଦ ଚାଲିଆସୁଛି । କେତେବେଳେ ସୀମାନ୍ତ ଦେଶ ଗୁଡ଼ିକ ଏହା ଉପରେ ଆକ୍ରମଣ କରୁଛନ୍ତି ତ କେତେବେଳେ ଆତଙ୍କବାଦୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଏପରି ହେବା ସମୟରେ ଆଜି ପୁଣି ଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସାମ୍ନାସାମ୍ନି ପରିସ୍ଥିତି ଦେଖାଦେଇଛି ।

ସୂଚନା ଅନୁଯାୟୀ, ଜାମ୍ମୁ ଓ କାଶ୍ମୀର ସୋପିଆନ୍ ମାର୍ଗରେ ସୁରକ୍ଷାକର୍ମୀଙ୍କ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିିଲା । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ମୃତ ଆତଙ୍କବାଦୀ ଲସ୍କର ଏ ତୋଇବା ସଂଗଠନର ବୋଲି ସୂଚନା ମିଳିଛି ।

ସେହିପରି ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ଜାମ୍ମୁ-କାଶ୍ମୀରର ବାରମୂଳା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା । ଏହା ପୂର୍ବରୁ ଜୁଲାଇ ୨୭ ତାରିଖ ସକାଳେ ପୋଲିସ ଓ ଆତଙ୍କବାଦୀ ସାମ୍ନାସାମ୍ନି ହୋଇଥିଲେ । କିଛିଦିନ ଏପରି ପରିସ୍ଥିତି ବନ୍ଦ ରହିଥିବା ବେଳେ ଆଜି ପୁଣିଥରେ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.