fbpx

ଦେବୀ ମନ୍ଦିରକୁ ନବରାତ୍ରୀରେ ଶ୍ରଦ୍ଧାଳୁଙ୍କୁ କରାଯାଏ ବାରଣ, କ’ଣ ରହିଛି କାରଣ ଜାଣନ୍ତୁ

Advertisement

ନାଳନ୍ଦା: ଆଜି ଠାରୁ ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା । କିନ୍ତୁ ବିହାରର ନାଳନ୍ଦାରେ ଏପରି ଏକ ମନ୍ଦିର ରହିଛି ଯେଉଁଠି ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମହିଳା କି ପୁରୁଷ କେହି ବି ମନ୍ଦିରରେ ପ୍ରବେଶ କରିପାରନ୍ତି ନାହିଁ ।

ନାଳନ୍ଦା ଜିଲ୍ଲାର ଗିରିୟକ ପ୍ରଖଣ୍ଡ ଘୋଷରାବା ଗାଁରେ ରହିଛି ମା’ ଆଶାପୁରୀଙ୍କ ମନ୍ଦିର । ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଏହି ମନ୍ଦିରକୁ ମହିଳା ଓ ପୁରୁଷଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲାଗିଥାଏ । ୯ ଦିନ ପର୍ଯ୍ୟନ୍ତ ମହିଳାମାନେ ମନ୍ଦିର ପରିସର କିମ୍ବା ଗର୍ଭଗୃହରେ ପ୍ରବେଶ କରିପାରିବେ ନାହିଁ । ଅନ୍ୟପକ୍ଷରେ ପୁରୁଷମାନେ କେବଳ ମନ୍ଦିର ପରିସରରେ ପୂଜା କରିପାରିବେ କିନ୍ତୁ ଗର୍ଭଗୃହକୁ ଯାଇପାରିବେ ନାହିଁ ।

ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଏଠାରେ ଦେବୀଙ୍କ ୯ଗୋଟି ରୂପର ପୂଜା ହୋଇଥାଏ । ନବରାତ୍ରୀର ଆରମ୍ଭରୁ ହିଁ ଏଠାରେ ମହିଳାମାନଙ୍କର ମନ୍ଦିର ପ୍ରବେଶକୁ ନିଷେଧ କରିଦିଆଯାଇଛି । ମା’ ଆଶାପୁରୀ ମନ୍ଦିର ଏକ ଅତି ପ୍ରାଚୀନ ମନ୍ଦିର । ଏହି ମନ୍ଦିରର ନିର୍ମାଣ ମଗଧ ସାମ୍ରାଜ୍ୟ ସମୟରେ ହୋଇଥିଲା । ଏଠାରେ ମା’ ଦୁର୍ଗାଙ୍କର ଅଷ୍ଟଭୁଜା ପ୍ରତିମା ପୂଜା ପାଉଛି ।

ଏହି ମନ୍ଦିରରେ ତନ୍ତ୍ର ବିଦ୍ୟା ସାହାଯ୍ୟରେ ମା’ଙ୍କ ପୂଜା ଆରାଧନା କରାଯାଏ । ଏହି କାରଣରୁ ମନ୍ଦିର ମଧ୍ୟକୁ ୯ ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ଅନୁମତି ଦିଆଯାଏ ନାହିଁ । ପବିତ୍ର ହୃଦୟରେ ମା’ଙ୍କୁ ପୂଜାକଲେ ମନର ଆଶା ପୂରଣ ହେଉଥିବାରୁ ଏହି ମନ୍ଦିରର ନାମ ଆଶାପୁରୀ ରହିଛି ।

Get real time updates directly on you device, subscribe now.