fbpx

ରାଜଧାନୀରେ ପେଟ୍ରୋଲ-ଡିଜେଲ୍ ଗାଡ଼ି ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍, କେବଳ ଗଡ଼ିବ ସିଏନଜି-ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେଜ୍ରିୱାଲ୍ ସରକାର ଲଗାତର ପୟାସ କରିଚାଲିଛନ୍ତି । ହେଲେ ବାୟୁରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ । ଦ୍ରୁତ ପ୍ରଦୂଷଣକୁ ରୋକିବା ପାଇଁ ପାଣି ସିଞ୍ଚନ ଠାରୁ ଆରମ୍ଭ କରି ରାଜ୍ୟ ଭିତରକୁ ଟ୍ରକ୍ ଯିବା ଆସିବା ଉପରେ ସୁଦ୍ଧା ରୋକ୍ ଲଗାଇ ଦିଆଯାଇଛି । ଅନ୍ୟପଟେ ପିଲାମାନଙ୍କ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ଦିଲ୍ଲୀ ବାୟୁ ଏବେ ବି ଖରାପ ଶ୍ରେଣୀରେ ରହିଛି ।

ଏହା ଭିତରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଘୋଷଣା କରିଛନ୍ତି ଯେ, ନଭେମ୍ବର ୨୭ ତାରିଖରୁ ଦିଲ୍ଲୀରେ ଇଲେକ୍ଟ୍ରିକ୍ ଓ ସିଏନଜି ଗାଡ଼ି କେବଳ ଚଳାଚଳ କରିବ । ପେଟ୍ରୋଲ-ଡିଜେଲ୍ ଦ୍ୱାରା ଚାଳିତ ଗାଡ଼ିକୁ ଏଣ୍ଟ୍ରି ମିଳିବ ନାହିଁ । ପେଟ୍ରୋଲ-ଡିଜେଲ୍ ଦ୍ୱାରା ଚାଳିତ ଗାଡ଼ି ଏଣ୍ଟ୍ରି ଉପରେ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଯାଇଛି । ଦିଲ୍ଲୀ କ୍ୟାବିନେଟ୍ ପକ୍ଷରୁ ପ୍ରଦୂଷଣରେ ସୁଧାର କୁ ନଜରରେ ରଖି ନଭେମ୍ବର ୨୯ରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଏହା ବ୍ୟତୀତ ଗୋପାଲ ରାୟ କହିଛନ୍ତି ଯେ, ଯେଉଁ ଜାଗା ରୁ ଦିଲ୍ଲୀ ସରକାରଙ୍କର ଅଧିକାଂଶ କର୍ମଚାରୀ ଆସନ୍ତି ସେଠାରୁ ବସ୍ ଚଲାଯିବ । ସେ କହିଛନ୍ତି ଯେ, ସରକାର ନିଜ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ସଚିବାଳୟରୁ ଆଇଟିଓ ଓ ଇନ୍ଦ୍ରପ୍ରସ୍ଥ ମେଟ୍ରୋ ଷ୍ଟେସନ୍ ପାଇଁ ଶଟଲ ବସ୍ ସେବା ମଧ୍ୟ ଆରମ୍ଭ କରିବ । ତେବେ ଗତ ତିନି ଦିନ ମଧ୍ୟରେ ବାୟୁର ଗୁଣବତ୍ତାରେ ସୁଧାର ଆସିଛି । କିନ୍ତୁ ସହରର ଏକ୍ୟୁଆଇ ଦୀପାବଳୀ ପୂର୍ବର କିଛି ଦିନ ପରି ରହିଛି ।

ଏହା ପୂର୍ବରୁ ଦିଲ୍ଲୀରେ ପ୍ରଦୁଷଣ କାରଣରୁ ନୂଆ ଗାଡ଼ି ଗୁଡ଼ିକର ଏଣ୍ଟ୍ରି ଉପରେ ରୋକ୍ ଲଗାଯାଇଥିଲା । ନଭେମ୍ବର ୧୩ରୁ ଦିଲ୍ଲୀ ସରକାର ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ବୃଦ୍ଧି ପାଉଥିବା ପ୍ରଦୁଷଣ ଯୋଗୁଁ ବନ୍ଦ କରିବାକୁ କହିଥିଲେ । ଏହାସହିତ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟକଳାପକୁ ମଧ୍ୟ ବନ୍ଦ କରିବା ନେଇ ଘୋଷଣା କରିଥିଲେ ।

 

Get real time updates directly on you device, subscribe now.