fbpx

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସାଇନ୍ସ ପାର୍କ ନିକଟରେ ଯୁବକଙ୍କୁ ହୋଇଛି ଛୁରାମାଡ଼ । ୨୫କୁ ଅଧିକ ଯୁବକ ଘେରିଯାଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଏହି ଘଟଣା ଘଟିଛି । ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି । ତାଙ୍କ ନାଁ ଆଶିଷ କୁମାର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଛୁରାମାଡ଼ ହୋଇଥିବା ଜଣାପଡିଛି । ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.