fbpx
BJD
BJD SKY
BJD SKY

EPFO ନିର୍ଦ୍ଧାରଣ କଲା ସୁଧ ହାର, ଜାଣନ୍ତୁ ଆପଣଙ୍କ PF ଖାତାରେ କେତେ ଟଙ୍କା ଭରିବେ ସରକାର

ନୂଆଦିଲ୍ଲୀ: ସରକାର ଖୁବ୍ ଶୀଘ୍ର ପ୍ରୋବିଡେଣ୍ଟ ଫଣ୍ଡ(ପିଏଫ୍‌) ଆକାଉଣ୍ଟ ଧାରକଙ୍କ ଖାତାରେ ଟଙ୍କା ଭରି ପାରନ୍ତି। ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ସୁଧ ପାଇବାକୁ ପିଏଫ୍ ଆକାଉଣ୍ଟଧାରୀମାନେ ଅପେକ୍ଷା କରିଛନ୍ତି। ସରକାର ପିଏଫ୍ ଖାତାରେ ଜମା ରାଶି ଉପରେ ସୁଧ ହାର ସ୍ଥିର କରିଛନ୍ତି। ପିଏଫ୍ ଖାତାରେ ଥିବା ଜମା ଉପରେ ସରକାର ୮.୧ ଦରରେ ସୁଧ ମିଳିବ। ତେବେ ଇପିଏଫ୍‌ଓ ପକ୍ଷରୁ ଏହି ବିଷୟରେ କୌଣସି ସୂଚାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ହାର ସରକାର ସ୍ଥିର କରି ସାରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ, ଇପଏଫ୍ ଉପରେ ୮.୧ ସୁଧ ହାର ସ୍ଥିର କରାଯାଇଛି। ଯଦି ଏହି ଖବରକୁ ବିଶ୍ୱାସ କରାଯାଏ, ତେବେ ସରକାର ଏହି ମାସରେ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ଟଙ୍କା ଜମା କରି ପାରନ୍ତି। ବର୍ତ୍ତମାନ ଯେକୌଣସି ପିଏଫ୍ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ସୁଧ ପରିମାଣ ଆସିବ, ଏହା ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ଉପରେ ନିର୍ଭର କରିବ।

କେଉଁଠାରେ ନିବେଶ ହୁଏ ପିଏଫ୍ ଟଙ୍କା ?
ଇପିଏଫ୍‌ଓ ଅନେକ ସ୍ଥାନରେ ପିଏଫ୍ ଆକାଉଣ୍ଟ ଧାରକଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ବିନିଯୋଗ କରେ। ଏହି ବିନିଯୋଗରୁ ଆୟର ଏକ ଅଂଶ ଆକାଉଣ୍ଟଧାରୀମାନଙ୍କୁ ସୁଧ ଆକାରରେ ଦିଆଯାଏ। ବର୍ତ୍ତମାନ, ଇପିଏଫ୍‌ଓ ଋଣ ଭାବରେ ୮୫ ପ୍ରତିଶତ ବିନିଯୋଗ କରୁଛି। ଏଥିମଧ୍ୟରେ ସରକାରୀ ସିକ୍ୟୁରିଟି ଏବଂ ବଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଅବଶିଷ୍ଟ ୧୫ ପ୍ରତିଶତ ଇଟିଏଫ୍‌ରେ ବିନିଯୋଗ କରାଯାଇଥାଏ। ଋଣ ଏବଂ ଇକ୍ୱିଟିରୁ ରୋଜଗାର ଆଧାରରେ ପିଏଫ୍‌ର ସୁଧ ସ୍ଥିର କରାଯାଏ।

 

Get real time updates directly on you device, subscribe now.