fbpx

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ବର୍ଷେ ନୁହେଁ ଦଶ ବର୍ଷ ନୁହେଁ ଦୀର୍ଘ ୨୫ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ବିଜେଡି ର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାପ୍ତ ହେଲା ‘ଜୀବନବ୍ୟାପୀ ସାଧନା ସମ୍ମାନ’ । ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ‘ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ନିଜର ନିଷ୍ଠା ,ଶାସନ ବ୍ୟବସ୍ଥା ବଳରେ ଜିରୋ ଟଲେରାନ୍ସ ନୀତି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି । ରାଜନୀତିରେ ୧୯୯୭ରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ବିକାଶର ନୂଆ ପୃଷ୍ଠା ଲେଖିଛନ୍ତି । ଅଭାବୀ ଓଡିଶାକୁ ଅଗ୍ରସର ଓଡ଼ିଶାର ପରିଣତ କରିବାରେ ତାଙ୍କର ଅବଦାନ ବହୁତ। ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲ୍‌କୁ ସାରା ବିଶ୍ବ ପ୍ରଶଂସା କରୁଛି । ସେଥିପାଇଁ ସେ ସାଢ଼େ ୪କୋଟି ଓଡ଼ିଆଙ୍କ ମଉଡମଣି ପାଲଟିପାରିଛନ୍ତି ।

ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା ଠାରୁ ଆରମ୍ବ କରି , ମିସନ୍ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା , କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ସବୁ ଦିଗରେ ମହିଳା ମାନଙ୍କୁ ସେ ପ୍ରାଧାନ୍ୟ ଦେଇଛନ୍ତି । ଓଡ଼ିଶାକୁ ୫ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା , ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ରେ ଓଡ଼ିଶାକୁ ପ୍ରଥମ ନମ୍ବର ରେ ରଖିବା , ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବା , ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନବୀନ ନେଇଛନ୍ତି । କାରଣ ନବୀନ କୁହନ୍ତି ପ୍ରତ୍ୟଟି ଜୀବନ ମୂଲ୍ୟବାନ ।

ରାଜ୍ୟରେ କେହି ଯେପରି ଭୋକିଲା ନରହିବେ ସେଥିପାଇଁ ଟଙ୍କିକିଆ ଚାଉଳ ଯୋଗାଇବା ଠାରୁ ଆରମ୍ଭ କରି ସହରାଞ୍ଚଳରେ ୫ଟଙ୍କାରେ ଆହାର ମିଲ୍ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ସାମାଜିକ , ସାଧାରଣ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିପ୍ଳବ ଆଣିଛନ୍ତି । ଏହିପରି ବହୁ ସଫଳ କାହାଣୀର ନାୟକ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ସମ୍ମାନ ଏବଂ ରାଜନୀତିରେ ୨୫ବର୍ଷ ପୂରଣ ଅବସରରେ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦେବାକୁ ବିଜେଡି ଯୋଜନା କରିଛି । ସେପ୍ଟେମ୍ବର ୬ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଥିବାବେଳେ ତାଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିବାକୁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି । ହଜାର ହଜାର ଦଳୀୟ କର୍ମୀଙ୍କ ଗହଣରେ ଶ୍ରୀ ପଟ୍ଟନାୟକ ବିମାନବନ୍ଦରରୁ ନବୀନ ନିବାସ ଆସିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.