fbpx

ବୃଦ୍ଧି ପାଇଲା ବାଣିଜ୍ୟ ନିଅଣ୍ଟ: ଅଗଷ୍ଟରେ ୨୮.୬୮ ବିଲିୟନ ଡ଼ଲାରରେ ନିଅଣ୍ଟ ପହଞ୍ଚିଲା, ଆମଦାନୀରେ ୩୭% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟରେ ଦେଶର ବାଣିଜ୍ୟ ନିଅଣ୍ଟ ୨୮.୬୮ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଭାରତର ରପ୍ତାନୀ ମଧ୍ୟ ଗତ ମାସରେ ହ୍ରାସ ପାଇଛି। ଯାହା ସରକାରୀ ତଥ୍ୟରେ ଦେଖିବାକୁ ମିଳିଛି। ଏଥି ସହିତ ଅଗଷ୍ଟ ୨୦୨୨ ରେ ଆମଦାନୀ ୩୭% ବୃଦ୍ଧି ପାଇଛି। ଯେଉଁଠାରେ ଅଗଷ୍ଟରେ ରପ୍ତାନି ସମତଳ ହୋଇଛି। ଗତ ବର୍ଷ ଅଗଷ୍ଟ ତୁଳନାରେ ଦେଶର ବାଣିଜ୍ୟ ନିଅଣ୍ଟ ଦ୍ୱିଗୁଣିତ ହୋଇଛି। ଗତ ବର୍ଷ ଅଗଷ୍ଟରେ ବାଣିଜ୍ୟ ନିଅଣ୍ଟ ୧୧.୭୧ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ଯାହା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରପ୍ତାନି ୪୫୦ ବିଲିୟନ ଡ଼ଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ଅଗଷ୍ଟ ୨୦୨୨ ରେ ଦେଶର ଆମଦାନୀ ୩୭% ବୃଦ୍ଧି ହୋଇ ୬୧.୬୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥି ସହିତ ରପ୍ତାନି ୩୩ ବିଲିୟନ ଡ଼ଲାରରେ ରହିଛି। ସେକ୍ଟର ଦୃଷ୍ଟିରୁ ଅଗଷ୍ଟ ୨୦୨୨ ରେ ତୈଳ ଆମଦାନୀ ୮୬.୪୪% ବୃଦ୍ଧି ହୋଇ ୧୭.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ସୁନା ଆମଦାନୀ ୪୭.୫୪ ପ୍ରତିଶତ ହ୍ରାସ ହୋଇ ୩.୫୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ମାସକୁ ମାସ ଆଧାରରେ ଭାରତର ବାଣିଜ୍ୟ ନିଅଣ୍ଟ ୪.୪% ହ୍ରାସ ପାଇଛି। ଚଳିତ ବର୍ଷ ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୨୮.୭ ବିଲିୟନ ଡ଼ଲାର ଥିଲା।

ଚଳିତ ବର୍ଷ ଜୁଲାଇ ତୁଳନାରେ ଅଗଷ୍ଟ ୨୦୨୨ ରେ ଉଭୟ ରପ୍ତାନି ଏବଂ ଆମଦାନୀରେ ହ୍ରାସ ଘଟିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଆମଦାନୀ ୭% ହ୍ରାସ ପାଇଛି। ଜୁଲାଇ ୨୦୨୨ ରେ ଆମଦାନୀ ୬୬.୨୭ ବିଲିୟନ ଡ଼ଲାର ଥିଲା। ଏଥି ସହିତ ରପ୍ତାନି ୯% ହ୍ରାସ ପାଇଛି। ଜୁଲାଇ ୨୦୨୨ ରେ ରପ୍ତାନି ୩୬.୩ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ଚଳିତ ବର୍ଷ ଏପ୍ରିଲ-ଅଗଷ୍ଟ ମଧ୍ୟରେ ଦେଶର ରପ୍ତାନି ୧୯୨.୫୯ ବିଲିୟନ ଡ଼ଲାରରେ ପହଞ୍ଚି ୧୭.୧୨% ବୃଦ୍ଧି ଘଟିଛି। ଏଥି ସହିତ ଆମଦାନୀ ୪୫.୬୪% ବୃଦ୍ଧି ହୋଇ ୩୧୭.୮୧ ବିଲିୟନ ଡ଼ଲାରରେ ପହଞ୍ଚିଛି।

 

 

Get real time updates directly on you device, subscribe now.