ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧- ୨୨ ଆର୍ଥିକ ବର୍ଷରେ କର୍ମଚାରୀ ଭବିଷ୍ୟନିଧି ଅର୍ଥାତ ଇପିଏଫ୍ ପାଇଁ ସୁଧହାର ୮.୧ ପ୍ରତିଶତ ଧାର୍ଯ୍ୟ କରିଛନ୍ତି । ଚାକିରି କରୁଥିବା କର୍ମଚାରୀଙ୍କୁ ୮.୧ ପ୍ରତିଶତ ହାରରେ ଜମା ରାଶି ଉପରେ ସୁଧ ମିଳିବ । ସରକାର ଖୁବ୍ଶୀଘ୍ର ୬ କୋଟିରୁ ଅଧିକ ପିଏଫ୍ ଧାରକଙ୍କ ଖାତାରେ ସୁଧରାଶି ଜମା କରିପାରନ୍ତି । କୌଣସି ପିଏଫ୍ଧାରୀ ଅନ୍ଲାଇନ୍ରେ ନିଜ ଜମା ରାଶି ଚେକ୍ କରିପାରିବେ । ଆପଣ ଘରେ ବସି ବି ନିଜର ବାଲାନ୍ସ ଚେକ୍ କରିପାରିବେ । ଯଦି ଆପଣ ଇପିଏଫ୍ ପୋର୍ଟାଲ ମାଧ୍ୟମରେ ନିଜର ବାଲାନ୍ସ ଚେକ୍ କରିବାକୁ ଚାହାନ୍ତି ତେବେ ଆପଣ ଇପିଏଫ୍ଓ ୱେବ୍ସାଇଟ୍ ଯାଇ ମେମ୍ବର ପାସ୍ବୁକ୍ କ୍ଲିକ୍ କରନ୍ତୁ । ଏହାପରେ ନିଜର ୟୁଏଏନ୍ ଓ ପାସ୍ୱାର୍ଡ ଟାଇପ୍ କରନ୍ତୁ । ଲଗ୍ଇନ୍ କରି ଆପଣ ସଂପୂର୍ଣ୍ଣ ବିବରଣୀ ପାଇପାରିବେ ।