fbpx

ଏଣିକି କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ୍: EPFO ଜାରି କଲା ନୂଆ ନିୟମ, ଶୀଘ୍ର କରନ୍ତୁ ଆବେଦନ

AAKASH

ନୂଆଦିଲ୍ଲୀ: ଇପିଏଫଓ ଗ୍ରାହକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟରେ ଆସିବ ଅଧିକ ଟଙ୍କା । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (ଇପିଏଫଓ) ଯୋଗ୍ୟ କର୍ମଚାରୀଙ୍କ ପାଇଁ ଅଧିକ ପେନସନ୍ ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ କାର୍ଯ୍ୟାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏହି ସର୍କୁଲାରରେ କର୍ମଚାରୀମାନଙ୍କୁ ଏକ ବଡ଼ ଲାଭ ଦିଆଯାଇଛି । ଏହା ଅଧୀନରେ କର୍ମଚାରୀମାନଙ୍କୁ ଅଧିକ ପେନସନ୍ ଦିଆଯିବ । ଏଥିପାଇଁ କର୍ମଚାରୀମାନଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ । ଆସନ୍ତୁ ଜାଣିବା ଏହା ବିଷୟରେ…

କାହାକୁ ମିଳିବ ଅଧିକ ପେନସନ୍ ?

ଡିସେମ୍ବର ୨୯ ରେ ଇପିଏଫଓ ସୁପ୍ରିମକୋର୍ଟଙ୍କୁ ଏକ ସର୍କୁଲାର ଜାରି କରି କହିଛି ଯେ, ଯେଉଁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(ଇପିଏଫ) ଯୋଜନା ଅଧୀନରେ ବାଧ୍ୟତାମୂଳକ ଭାବରେ ଅଧିକ ବେତନରେ ଯୋଗଦାନ ଦେଇଛନ୍ତି ଏବଂ ଅବସର ପୂର୍ବରୁ ହାଇ ପେନସନ ଚୟନ କରିଛନ୍ତି, କିନ୍ତୁ ଇପିଏଫଓ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା, ସେମାନେ ଏବେ ହାଇ ପେନସନ୍ ପାଇବେ ।

ଏହା ବ୍ୟତୀତ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(ଇପିଏଫଓ) କହିଛି ଯେ, ୫ ହଜାର ଟଙ୍କା କିମ୍ବା ୬ ହଜାର ୫୦୦ ରୁ ଅଧିକ ବେତନ ସୀମାରୁ ଅଧିକ ବେତନ ଉପରେ ପେନସନ୍ ପାଇଁ ଯୋଗଦାନ ଦେଇଥିବା ଓ ହାଇ ପେନସନର ବିକଳ୍ପ ଚୟନ କରିଥିବା ଲୋକଙ୍କୁ ଏହି ସୁବିଧା ମିଳିବ । ଇପିଏଫ୍ ସର୍କୁଲାର ଅନୁଯାୟୀ, ଏହି ନିର୍ଦ୍ଦେଶ ପରେ କର୍ମଚାରୀମାନେ ହାଇ ପେନସନ୍ ଯୋଜନା ଅଧୀନରେ ଯୋଗ୍ୟ ହେବେ ନାହିଁ ।

ଏହିପରି ଆବେଦନ କରନ୍ତୁ :-

-ଏଥିପାଇଁ ଆପଣ ସ୍ଥାନୀୟ କାର୍ଯ୍ୟାଳୟକୁ ଯାଇ ପେନସନ ପାଇଁ ଆବେଦନ କରନ୍ତି ।
-ଆବେଦନ ଫର୍ମ ପୂରଣ କରିବା ପରେ, ସମ୍ପୃକ୍ତ ଡକ୍ୟୁମେଣ୍ଟକୁ ଆପଣ ନେଇଯାଆନ୍ତୁ ।
-କମିଶନର୍ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ଫର୍ମ ପୂରଣ କରନ୍ତୁ ।
– ଯଦି ଯାଞ୍ଚରେ ଏକ ତ୍ରୁଟି ମିଳେ, ତେବେ ଆବେଦନ ବାତିଲ ହୋଇପାରିବ ।

Get real time updates directly on you device, subscribe now.