fbpx
BSKY
BJD MC SKY
BJD YOUTH SKY

ଗୋଟେ ଫଟୋରୁ ହ୍ୟାକ ହୋଇପାରେ ଫୋନ ଏବଂ ହ୍ୱାଟ୍ସଆପ, ଆପଣ ଏହି ସେଟିଂ ଅନ ରଖିନାହାନ୍ତି ତ?

ନୂଆଦିଲ୍ଲୀ: ହ୍ୟାକର୍ସ ମାନେ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଏହି ଉପାୟ ମଧ୍ୟରୁ GIF ଫଟୋ ସହିତ ଜଡ଼ିତ ଅଛି । ଆପଣ ଶୁଣିଥିବେ ଯେ, ହ୍ୟାକର୍ସ ମାନେ ନିଜର ଶିକାର ବନାଇବା ପାଇଁ ଫିସିଂ ଲିଙ୍କର ବ୍ୟବହାର କରୁଛନ୍ତି । ହ୍ୟାକ କରିବା ପାଇଁ Fishing GIF ବ୍ୟବହାର ବହୁ ପରିମାଣରେ କ୍ଷତିକାରକ ଅଟେ । ହ୍ୟାକର ଏହି ମାଧ୍ୟମରେ ଆପଣଙ୍କ ଫୋନରେ ପସିବାକୁ ଚେଷ୍ଟା କରିପାରେ ।

କହିବାକୁ ଗଲେ କିଛି ଲୋକଙ୍କ ହ୍ୱାଟ୍ସଆପରେ କିଛି ସେଟିଂ ଅନ୍ ରହିଥାଏ । ଲୋକମାନଙ୍କୁ ଏହି ସେଟିଂ ବିଷୟରେ କିଛି ସୂଚନା ନଥାଏ । ତେଣୁ ଏହି ମାଧ୍ୟମରେ ହ୍ୟାକର୍ସମାନେ ୟୁଜର୍ସ ମାନଙ୍କ ଫୋନ ଭିତରକୁ ଯାଇ ହ୍ୟାକ କରିଥାନ୍ତି । ତେବେ ଜାଣନ୍ତୁ କେଉଁ ସେଟିଂକୁ ଅନ କରିବେ ନାହିଁ ।
ହ୍ୟାକର୍ସ ମାନେ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ଫିସିଂ ଲିଙ୍କ ବ୍ୟବହାର କରୁଛନ୍ତି । ହେଲେ ବର୍ତ୍ତମାନ ସେମାନେ ଅନ୍ୟ ଏକ ମାଧ୍ୟମ ବାଛି ନେଇଛନ୍ତି । ହ୍ୱାଟ୍ସଆପରେ ଥିବା GIF ଇମେଜରେ ଫିସିଂ ଆକ୍ରମଣର ପ୍ରତିରୋପଣ କରିଛନ୍ତି । ଏହାର ନାମ ଦିଆଯାଇଛି GIF Shell ।

ହ୍ୱାଟ୍ସଆପ ଏହାକୁ ଠିକ କରିଦେଇଛି । ନଚେତ ହ୍ୟାକର୍ସ ମାନେ ଆପଣଙ୍କ ଫୋନର Access ହାସଲ କରିସାରିନ୍ତେଣି । ବହୁତ ଲୋକଙ୍କ ହ୍ୱାଟ୍ସଆପରେ ମିଡ଼ିଆ ଅଟୋ ଡ଼ାଉନଲୋଡର ଫିଚର ଅନ ରହୁଛି । ଯଦି ଆପଣ ଏହି ସେଟିଂ ଅଫ କରୁନାହାନ୍ତି ତେବେ କିଛି ଅଜଣା ସୋର୍ସରୁ ଆସୁଥିବା ଭିଡ଼ିଓ, GIF , ଇମେଜ ବା ଫାଇଲ୍ସ ଆପେଆପେ ଡାଉନଲୋଡ଼ ହୋଇଯିବ । ହ୍ୟାକର୍ସ ଏହାର ଫାଇଦା ଉଠାଇ ପାରନ୍ତି ।

ସେମାନେ ଏହି ସେଟିଂକୁ ସହଜରେ ଚେଞ୍ଜ କରିପାରନ୍ତି । ଏଥିପାଇଁ ଆପଣ ହ୍ୱାଟ୍ସଆପ ସେଟିଂକୁ ଯିବା ପାଇଁ ପଡିବ । ଏଥିରେ ଆପଣଙ୍କୁ ସ୍ଟୋରେଜ ଆଣ୍ଡ ଡାଟାର ଅପସନ ମିଳିବ । ବର୍ତ୍ତମାନ ଏହା ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ଅଟୋମେଟିକ ମିଡ଼ିଆ ଡ଼ାଉନଲୋଡ୍ ର ଅପସନ୍ ମିଳିବ । ଏହି ସେଟିଂ ଆପଣଙ୍କୁ ଅଫ କରିବାକୁ ପଡ଼ିବ । ଏହାଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ଫୋନକୁ ହ୍ୟାକ କରିପାରିବେନି ।

Get real time updates directly on you device, subscribe now.