fbpx

ରାଜଧାନୀରେ ଗୁଳିକାଣ୍ଡ; ଜିମ୍ ମାଲିକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

AAKASH

ନୂଆଦିଲ୍ଲୀ: ଆଜିକାଲି ରାଜ୍ୟ ତଥା ଦେଶରେ ଚୋରି, ଡକାୟତି, ହତ୍ୟା ପରି ଅପରାଧିକ ମାମାଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ ଏପରି ଖବର ସାମ୍ନାକୁ ଆସୁଛି । ତେବେ କିଏ ପିରବାରିକ କଳହକୁ ନେଇ କାହାକୁ ହତ୍ୟା କଲାଣି ତ ଲୁଟ୍ ପାଟକୁ ନେଇ କେଉଁଟି ଗୁଳିକାଣ୍ଡ ହେଲାଣି । ତେବେ ପୂର୍ବରୁ ଏପରି ଅନେକ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସେହିପରି ଏକ ମାମଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ମୁତାବକ,ପୂର୍ବ ଦିଲ୍ଲୀର ପ୍ରୀତ୍ ବିହାର ଅଞ୍ଚଳରେ କେହି ଦୁର୍ବୃତ୍ତ ଜଣେ ଜିମ୍ ମାଲିକଙ୍କୁ ହତ୍ୟା କରିଛନ୍ତି । ତେବେ ଏହି ଦୁର୍ବୃତ୍ତମାନେ ଜିମ୍ ମାଲିକଙ୍କ ଅଫିସରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ତେବେ ସେମାନେ କାହିଁକି ଜିମ୍ ମାଲିକଙ୍କୁ ହତ୍ୟା କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନ ।ହିଁ । କିନ୍ତୁ ଏପରି ହତ୍ୟାପରେ ସେଠାକାର ଅଞ୍ଚଳରେ ଚର୍ଚ୍ଚା ହେବା ସହ ସେଠାକାର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ଏହି ଘଟଣାର ଖବର ପାଇ ପୋଲିସ ଘଟମାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଏଥିସହିତ ସେ ଏହି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବର୍ତ୍ତମାନ ପୋଲିସ ପକ୍ଷରୁ ଉ୍ୟଦ୍ୟମ ଜାରୀ ରହିଛି ।

Get real time updates directly on you device, subscribe now.