fbpx

ପିଏଫ୍ ହିତାଧିକାରୀଙ୍କୁ ମିଳିବ ଦୀପାବଳି ଗିଫ୍ଟ, ଖୁବଶୀଘ୍ର ବ୍ୟାଙ୍କକୁ ଆସିବ ସୁଧ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା EPFOର ୫ କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ଆସିଛି ଖୁସିଖବର । ଏଥର ଦୀପାବଳି ପୂର୍ବରୁ ପିଏଫ୍ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଧଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି । ସୁତ୍ରରୁ ମିଳିଥିବା ଖବର ମୁତାବକ, ଇପିଏଫଓ ଖୀବଶୀଘ୍ର ନିଜର ୬ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୨୦-୨୧ ପାଇଁ ସୁଧ ଟଙ୍କା ପଠାଇବାର ଘୋଷଣା କରିପାରେ ।

ତେବେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ପିଏଫ୍ ଉପରେ ୮.୫% ସୁଧ ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ନେଇ ସରକାର ସବୁଜ ସଙ୍କେତ ଦେଇସାରିଛନ୍ତି । ଶ୍ରମ ମନ୍ତ୍ରଣାଳୟ ମଧ୍ୟ ଏହି ନିଷ୍ପତ୍ତି ଉପରେ ମୋହର ଲଗାଇଛି । ଏବେ ଇପିଏଫଓ ଖୁଶୀଘ୍ର ହିତାଧିକାରୀଙ୍କ ଆକାଉଣ୍ଟରେ ୮.୫ % ସୁଧଟଙ୍କା ଜମା କରିବ ।

Get real time updates directly on you device, subscribe now.