fbpx

ବାଥରୁମରେ ଗାଧୋଉଥିଲେ ମହିଳା, ଭୁଲରେ Instagram Live Video କରିଦେଲା ଛୋଟ ଶିଶୁ

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ମୋବାଇଲ ଦେବା ଯେ କେତେ ଭୟଙ୍କର ତାହା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଜଣେ ମହିଳା ବାଥରୁମରେ ଗାଧୋଉଥିବା ବେଳେ ତାଙ୍କର ନ୍ୟୁଡ୍ ଭିଡିଓ ଭାଇରାଲ ହୋଇଯାଇଥିଲା । ତେବେ ପରେ ତାଙ୍କର ସନ୍ତାନ ଭୁଲରେ ଏହି ଲାଇଭ୍ ଭିଡିଓ କରିଥିବା ଜଣାପଡ଼ିଥିଲା । ଏହି ଭିଡିଟି ମହିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲାଇଭ ହୋଇଥିଲା।

ଆମେରିକାରେ ରହୁଥିବା ବ୍ରିଆନା ନାମକ ଜଣେ ମହିଳାଙ୍କ ଜୀବନରେ ଏହି ଘଟଣାଟି ଘଟିଛି । ମହିଳା ଜଣଙ୍କ ତାଙ୍କ ଛୋଟ ଝିଅକୁ ଗେମ ଖେଳିବା ପାଇଁ ମୋବାଇଲ ଦେଇ ଗାଧୋଇବାକୁ ଚାଲିଯାଇଥିଲେ । ଏହି ସମୟରେ ଗେମ ଚାଲୁ ନଥିବା କହି ତାଙ୍କର ଝିଅ କବାଟ ବାଡ଼େଇଥିଲା । ବ୍ରିଆନା କବାଟ ଖୋଲି ମୋବାଇଲ ଦେଖନ୍ତି ତ ବ୍ୟାକଗ୍ରାଉଣ୍ଡରେ ଇନଷ୍ଟାଗ୍ରାମ ଲାଭ ଅନ୍ ହେବା ସହ ବାଥରୁମର ଭିଡିଓ ସୁଟିଂ ଜାରି ରହିଥିଲା । ଏହାପରେ ସେ ଘବରାଇ ଯାଇ ତୁରନ୍ତ ଭିଡିଓକୁ ବନ୍ଦ କରିଦେଇଥିଲେ । ତାଙ୍କର ଝିଅ ବହୁତ ଛୋଟ ହୋଇଥିବାରୁ ସେ ମୋବାଇଲ ଅଲଗା ଅଲଗା ବଟନ୍ ଦବାଇଥିଲା । ଫଳରେ ଏହି ଚକ୍କରରେ ଇନଷ୍ଟାଗ୍ରାମ ଲାଇଭ୍ ହୋଇଯାଇଥିଲା ।

Get real time updates directly on you device, subscribe now.