fbpx

EPFO ଆରମ୍ଭ କଲା ‘AMS’ ସୁବିଧା: ପିଏଫ ଖାତାରୁ ଅର୍ଥ ଉଠାଣ ନିୟମ ବଦଳିଲା, ୬.୫ କୋଟି ଗ୍ରାହକଙ୍କ ପାଇଁ ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ନିୟମ ବଦଳି ଯାଇଛି । ୬.୫ କୋଟି ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପିଏଫରୁ ଅର୍ଥ ଉଠାଣ ପ୍ରକ୍ରିୟାକୁ ଇପିଏଫଓ ଆହୁରି ସରଳ କରିବା ସହିତ ଆଟୋ ମୋଡ଼ ସେଟଲମେଣ୍ଟ (ଏଏମଏସ) ଆରମ୍ଭ କରିଛି । ଏହାଫଳରେ ଇପିଏଫଓର ୬.୫ କୋଟି ସଦସ୍ୟ ଏମର୍ଜେନ୍ସି ସ୍ଥିତିରେ ମାତ୍ର ୩ ଦିନ ମଧ୍ୟରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ଉଠାଇ ପାରିବେ । ଜରୁରୀକାଳୀନ ପରିସ୍ଥିତିରେ ଇପିଏଫଓ ତା’ର ଗ୍ରାହକଙ୍କୁ ଏହି ଫଣ୍ଡ ପ୍ରଦାନ କରିଥାଏ ।

ଏଏମଏସ୍ ବ୍ୟବସ୍ଥା ଅନୁସାରେ କର୍ମଚାରୀମାନେ ଜରୁରୀକାଳୀନ ସମୟରେ ଇପିଏଫରୁ ଅର୍ଥ ଉଠାଇ ପାରିବେ । ଏହି ଏମର୍ଜେନ୍ସି ବୀମାରୀର ଚିକିତ୍ସା, ଶିକ୍ଷା, ବିବାହ ଓ ଘର କ୍ରୟ ଆଦି ସାମିଲ ରହିଛି । ଏଥି ମଧ୍ୟରୁ ଯେ କୌଣସି ଏମର୍ଜେନ୍ସି ସମୟରେ ଆପଣମାନେ ପିଏଫରୁ ଫଣ୍ଡ ଉଠାଇ ପାରିବେ । ଗତ ୨୦୨୦ ମସିହାରେ ଇପିଏଫଓ ଏହି ଅଟୋ ମୋଡ଼ ଶୁଭାରମ୍ଭ କରିଥିଲା । ତେବେ ସେତେବେଳେ ଗ୍ରାହକମାନେ କେବଳ ବିମାରୀ ସମୟରେ ଅର୍ଥ ଉଠାଇ ପାରୁଥିଲେ ।

ଏବେ ଉକ୍ତ ସେବାକୁ ଅଧିକ ବ୍ୟାପକ କରାଯାଇଛି । ଆପଣମାନେ ବର୍ତ୍ତମାନ ବିମାରୀ, ଶିକ୍ଷା, ବିବାହ ଓ ଘର କ୍ରୟ ପାଇଁ ମଧ୍ୟ ଇପିଏଫରୁ ଆଡଭାନ୍ସ ଅର୍ଥ ଉଠାଇ ପାରିବେ । ପୂର୍ବରୁ ଏହି ଲିମିଟ୍ ୫୦ ହଜାର ରହିଥିବା ବେଳେ ଏବେ ତାହାକୁ ୧ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହି ଆଡଭାନ୍ସ ଅର୍ଥ ଉଠାଣ ଅଟୋ ସେଟଲମେଣ୍ଟ ମୋଡ଼ କମ୍ପ୍ୟୁଟର ଜରିଆରେ ହେବ । ଏଥିପାଇଁ କୌଣସି ପ୍ରକାର ପ୍ରି-ଆପ୍ରୁଭାଲର ଆବଶ୍ୟକତା ପଡ଼ିବନି । ୩ ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ ଅର୍ଥ ଜମା ହୋଇଯିବ । ଏଥିପାଇଁ କେୱାଇସି, କ୍ଲେମ ରିକୁଏଷ୍ଟର ଯୋଗ୍ୟତା, ବ୍ୟାଙ୍କ ଆକାଉଣ୍ଟସ ବିବରଣୀ ଆଦି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିଥାଏ ।

Get real time updates directly on you device, subscribe now.