fbpx

EPFO ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ପଠାଉଛି ସୁଧ ଟଙ୍କା, ଜାଣନ୍ତୁ କେତେ ଓ କିପରି କରିବେ ଚେକ୍?

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ଖୁସି ଖବର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ପିଏଫ୍ ଆକାଉଣ୍ଟରେ ସୁଧ ଟଙ୍କା ଜମା କରିବାର ପ୍ରକ୍ରିୟା ଆରମ୍ଭ କରିଛି । ପିଏଫ୍ ଆକାଉଣ୍ଟଧାରୀଙ୍କୁ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ % ସୁଧ ପଠାଯାଉଛି । ଯଦି ଆପଣଙ୍କ ପିଏଫ୍ ଆକାଉଣ୍ଟକୁ ସୁଧ ଟଙ୍କା ଆସିନାହିଁ, ତେବେ ଆପଣ ଅଭିଯୋଗ କରିପାରିବେ ।

କିପରି କରିବେ ବାଲାନ୍ସ ଚେକ୍:

– ପ୍ରଥମେ ରେଜିଷ୍ଟାର ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସ୍ଡ଼ କଲ୍ କରିବାକୁ ପଡିବ ।

– ନହେଲେ ଆପଣ ୭୭୩୮୨୯୯୮୯୯ରେ EPFOHO UAN ENG ଲେଖି ପଠାଇପାରିବେ ।

– EPFOର ୱେବସାଇଟରେ ଆପଣ ପାସବୁକରେ ବାଲାନ୍ସ ଚେକ୍ କରିପାରିବେ । ପାସବୁକ୍ ଦେଖିବା ପାଇଁ ୟୁଏନ ନମ୍ବର ଥିବା ଜରୁରୀ ।

– UMANG ଆପ ଜରିଆରେ ଆପଣ ପିଏଫ୍ ବାଲାନ୍ସ ଚେକ୍ କରିପାରିବେ ।

ଅଭିଯୋଗ କରିବାକୁ ଇପିଏଫଓ ପକ୍ଷରୁ ହ୍ୱାଟ୍ସଆପ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଏହା ମାଧ୍ୟମରେ ଆପଣ ପିଏଫ୍ ଆକାଉଣ୍ଟଧାରୀ ଇପିଏଫଓର କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇପାରିବେ । ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ଇପିଏଫଓର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି ।

ଇପିଏଫଓ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ ଶୁଣୁଛି । ଟ୍ୱିଟର, ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇପିଏଫଓକୁ ଆପଣ ପ୍ରଶ୍ନ ପଚାରିପାରିବେ । ଏହା ଫଳରେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ ।

ଆପଣ https://epfigms.gov.in/ ୱେବସାଇଟ ଯାଇ ଅଭିଯୋଗ କରିପାରିବେ । ଏଥିପାଇଁ ୱେବସାଇଟକୁ ଯାଇ ‘Register Grievance’ ଉପରେ କ୍ଲିକ କରିବାକୁ ପଡିବ । ଷ୍ଟେପ୍ ପରେ ଷ୍ଟେପ୍ ଦେଇ ଆଗକୁ ଯିବା ପରେ ଆପଣ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.