fbpx

ପିଲାମାନଙ୍କଠାରେ ବୃଦ୍ଧି ପାଉଛି ଡିପ୍ରେସନ: କିପରି ଜାଣିବେ ଏହାର ଲକ୍ଷଣ

 ନୂଆଦିଲ୍ଲୀ:ଆଜିକାଲି ପିଲାମାନଙ୍କଠାରେ ଉଦାସୀନତା ଏବଂ ଚିନ୍ତା ବଢିବାରେ ଲାଗିଛି, ଯାହାକି ଏକ ଚିନ୍ତାର ବିଷୟ । ବିଷେଶଜ୍ଞମାନଙ୍କ ଏକ ରିପୋର୍ଟ ଅନୁଯାୟୀ କୋଭିଡ -୧୯ ପରଠାରୁ ଏହି ଉଦାସିନତା ବା ଡିପ୍ରେସନ ପିଲାମାନଙ୍କ ଠାରେ ଅଧିକ ବଢିବାର ଲାଗିଛି । କାରଣ ଲକ୍ ଡାଉନ୍ ସଟ୍ ଡାଉନ ସମୟରେ ଅନେକ ପରିବାରର ବିଭିନ୍ନ ପ୍ରକାର ସମସ୍ୟା ସହ ଆର୍ଥିକ ସଂକଟ ଦେଇ ଗତି କରିଛନ୍ତି । ଯାହାକି ପିଲାମାନଙ୍କ ମାନସିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଛି ।

ତେବେ ଏହି ତାଲା ବନ୍ଦ ସମୟରେ ସମସ୍ତେ ଘରେ ରହୁଥିଲେ । ଯାହାଫଳରେ ଘରୋଇ ହିଂସା ମାମଲା ମଧ୍ୟ ବୃଦ୍ଧି ପାଇଥିଲା । ଯେଉଁ କାରଣରୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇଛି ।

ପିଲାମାନଙ୍କଠାରେ ଉଦାସୀନତାକୁ କିପରି ଚିହ୍ନିବେ?

ପ୍ରତ୍ୟେକ ଶିଶୁର ବୟସ ଅନୁଯାୟୀ ସେମାନଙ୍କ ଡିପ୍ରେସନର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ।

୧.ଯଦି ପିଲାମାନେ ସେମାନଙ୍କର ପ୍ରିୟ ଜିନିଷକୁ ଉପଭୋଗ କରୁନାହାନ୍ତି କିମ୍ବା କୌଣସି କ୍ରୀଡା କିମ୍ବା ନୃତ୍ୟ ପରି ଜିନିଷରେ ଅଂଶଗ୍ରହଣ କରୁନାହାନ୍ତି , ତେବେ ସେମାନେ ଉଦାସୀନତାର ଶିକାର ହୋଇପାରନ୍ତି ।

୨.ଯଦି ପାଲାମାନେ ଛଟ ଛୋଟ କଥା ରାଗି ଯାଉଛନ୍ତି ଅଥବା ଚିଡିଚିଡି ହେଉଛନ୍ତି ତେବେ ସେମାନେ ଉଦାସୀନତା ବା ଡିପ୍ରେସନର ଲକ୍ଷଣ ବୋଲି ଜଣାପଡିଥାଏ ।

୩.ଉଦାସୀନତା ହେତୁ ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ସାମ୍ନାକୁ ଆସିଥାଏ।

୪.ଯଦି ପିଲା ଅଧିକ ଶୋଇଥାଏ ଏବଂ ସେ କମ୍ ଭୋକିଲା ଅନୁଭବ କରେ ତେବେ ଏହା ଡିପ୍ରେସନର ଲକ୍ଷଣ ହୋଇପାରେ । ଏଥିସହିତ ଯଦି ପିଲାମାନେ ଡିପ୍ରେସନର ଶିକାର ହୋଇଥାନ୍ତି ତେବେ ସେମାନେ ଅଳସୁଆ ଅନୁଭୂତ କରନ୍ତି ।

Get real time updates directly on you device, subscribe now.