fbpx

ମୋଦୀ, ଅମିତ ଶାହା ସମେତ ଅନେକ ନେତାଙ୍କ ବିରୋଧରେ ଏମିତି କହି ଦେଶ ଛାଡ଼ି ଫେରାର ହେଉଥିଲେ ପାଦ୍ରୀ, ଧରିଲା ପୋଲିସ୍

ନୂଆଦିଲ୍ଲୀ: ତାମିଲନାଡୁରେ ଜଣେ ପାଦ୍ରୀଙ୍କୁ ଗିରଫ କରିଛି ପୋଲିସ । ପାଦ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଡିଏମକେ ନେତାଙ୍କୁ ନେଇ ଅଶୋଭନୀୟ ଟିପ୍ପଣୀ କରିବା ଅଭିଯୋଗ ହୋଇଛି । କୁହାଯାଉଛି ପାଦ୍ରୀଙ୍କ ଦ୍ୱାରା କରାଯାଇଥିବା ଅଶୋଭନୀୟ ଟିପ୍ପଣୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗିରଫ ହୋଇଥିବା ପ୍ରାଦ୍ରୀଙ୍କ ନାମ ଜର୍ଜ୍ ପୋନ୍ନିୟା ହୋଇଥିବା କୁହାଯାଉଛି । ସେ ଡେମୋକ୍ରାଟିକ କ୍ରିଷ୍ଟ୍ରିଆନ କାଉନସିଲ୍ ର ସଦସ୍ୟ ଅଛନ୍ତି ।

ନିକଟରେ କନ୍ୟାକୁମାରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ରାଜ୍ୟର ଶାସନରେ ଥିବା ଡିଏମକେର ଅନେକ ନେତାଙ୍କ ଉପରେ ଟିପ୍ପଣୀ କରିଥିଲେ । ସେ କହିଥିଲେ ହିନ୍ଦୁ ଆପଣଙ୍କୁ ଜିତାଇ ପାରିବେ ନାହିଁ । କ୍ରିଷ୍ଟିଆନ୍ ଏବଂ ମୁସଲିମ ତାଙ୍କୁ ଜିତାଇଥିଲେ । ଏହା ସହ ସେ ଡିଏମକେକୁ ଚେତାବନୀ ଦେଇଥିଲେ ଏକ କଥାକୁ ନ ଭୁଲିବାକୁ । ଏହି କାର୍ଯ୍ୟକ୍ରମରେ ସେ ମୋଦୀ ଏବଂ ଅମିତ ଶାହାଙ୍କୁ ନେଇ ମଧ୍ୟ ଅଶୋଭନୀୟ ଟିପ୍ପଣୀ କରିଥିଲେ । ସେ ‘ଭାରତ ମାତା’ ବିରୋଧରେ ମଧ୍ୟ ଟିପ୍ପଣୀ କରିଥିବା ନେଇ କୁହାଯାଉଛି ।

ତାଙ୍କର ଏହି ଟିପ୍ପଣୀକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପାଦ୍ରୀ ଏବଂ କାର୍ଯ୍ୟକ୍ରମର ଆୟୋଜକଙ୍କ ଉପରେ ମାମଲା ରୁଜୁ ହୋଇଛି । ଅଭିଯୋଗରେ କୁହାଯାଇଛି ଜର୍ଜ୍ ନିଜ ବୟାନରେ ହିନ୍ଦୁ ଧର୍ମର ଅପମାନ କରିଛନ୍ତି । ମାମଲା ରୁଜୁ ହେବା ପରେ ପୋଲିସ ଜର୍ଜ୍ ଙ୍କୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ଅନୁଯାୟୀ, ସେ ନିଜର ସହଯୋଗୀ ସାହାଯ୍ୟରେ ଦେଶ ଛାଡ଼ି ଯିବାକୁ ଯୋଜନା କରିଥିଲେ । ସୂଚନା ମିଳିବା ପରେ ଅନେକ ସ୍ଥାନରେ ଚେକିଂ କରାଯାଇଥିଲା ଏବଂ ଶନିବାର ସକାଳ ପ୍ରାୟ ୮ଟା ସମୟରେ ଚେକିଂ ସମୟରେ ତାଙ୍କୁ ଗିରଫ କରାଯାଇଛି । ମାମଲାରେ ତଦନ୍ତ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.