fbpx
BSKY
BJD SHG SKY
BJD YOUTH SKY

ସାପ ଓ ବିଛାକୁ ମିଶାଇ ତିଆରି ହେଉଛି ସୁପ୍, ଯାହାକୁ ପିଇବା ପାଇଁ ଲମ୍ବା ଲାଇନ୍; ଦେଖନ୍ତୁ Video

ଆଜିକାଲି ଆମ ଦେଶରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନେ ଲଗାତାର ଖାଇବାର ପାରମ୍ପାରିକ ଡିସ୍ ସହିତ ନୂଆ ପରୀକ୍ଷଣ କରୁଛନ୍ତି । ଫଳରେ ଅନେକ ଥର କିଛି ଛୋଟ ଦୋକାନୀ ଭଲ ଭଲ ଡିସ୍ କରିବାକୁ ଉଦ୍ୟମ କରନ୍ତି । ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକଙ୍କ ଅନ୍ତରଆତ୍ମା ମଧ୍ୟ କମ୍ପିଯାଇଛି । ଚୀନ୍ ନିଜର ବିପଜ୍ଜନକ ଖାଦ୍ୟ ପଦାର୍ଥକୁ ନେଇ ଜଣାଶୁଣା । ନିକଟରେ ସାମ୍ନାକୁ ଆସିଥିବା ଭିଡିଓରେ ଏପରି ଭୟଙ୍କର ଖାଦ୍ୟକୁ ଦେଖାଯାଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଚୀନର ଏହି ବିପଜ୍ଜନକ ଡିସରେ ଆମକୁ ୨ଟି ବିଷାକ୍ତ ଜୀବକୁ ଦେଖିବାକୁ ମିଳିଛି । ଏହାର ଚାହିଦା ଚୀନରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଡିସରେ ବିଷାକ୍ତ ସାପ ଓ ବିଛା ବ୍ୟବହାର କରାଯାଉଛି । କୁହାଯାଉଛି ଯେ, ଚୀନର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ଏହି ବିପଜ୍ଜନକ ଡିସ୍ ବିକ୍ରି କରାଯାଉଛି । ଏହା ପାଇଁ ଲୋକଙ୍କ ମନରେ ଏତେ ଚାହିଦା ଯେ, ପ୍ରତିଦିନ ଦୋକାନରେ ଆଗରେ ଗ୍ରାହକଙ୍କ ଭିଡ଼ ଜମୁଛି ।

ଏହା ଏକ ପ୍ରକାରର ସୁପ୍ । ଚୀନ ଲୋକଙ୍କ ଅନୁସାରେ, ସେମାନେ ଏହାର ସେବନ ଶରୀରକୁ ଡିଟକ୍ସ କରିବାକୁ ପାଇଁ ବ୍ୟବହାର କରୁଛନ୍ତି । ଏହି ସୁପକୁ ପ୍ରସ୍ତୁତ କରିବା ପୂର୍ବରୁ ସାପ ଓ ବିଛାର ବିଷକୁ ବାହାର କରାଯାଏ । ସୁପ୍ କରିବା ପାଇଁ ବିଛା ଓ ସାପୁକ ୩ ଘଣ୍ଟା ପର୍ଯ୍ୟନ୍ତ ସିଜାଯାଏ । ଏହି ବିପଜ୍ଜନକ ସୁପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.