fbpx

Apple ଉପରେ EU ଲଗାଇଲା ୧.୮ ବିଲିୟନ ୟୁରୋର ଜରିମାନା, ଜାଣନ୍ତୁ କାରଣ

Advertisement

ନୂଆଦିଲ୍ଲୀ: ୟୁରୋପୀୟ ୟୁନିଅନ୍ ଦ୍ୱାରା Apple କୁ ୧.୮ ବିଲିୟନ ୟୁରୋ ବା ପ୍ରାୟ ୧.୯୫ ବିଲିୟନ ଡଲାରର ଜରିମାନା ଲଗାଯାଇଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୧୬,୧୬୮ କୋଟିରୁ ଅଧିକ ଅଟେ। ଆପଲ୍ ଉପରେ ଏହି ଜରିମାନା ଲାଗୁ କରାଯାଇଛି କାରଣ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, spotify ପରି ମ୍ୟୁଜିକ୍ ଷ୍ଟ୍ରିମିଂ ସେବାଗୁଡିକରୁ ସେମାନଙ୍କର ପ୍ରତିଯୋଗିତା ବହୁତ ସୀମିତ ଥିଲା ।

ଆପଲ ଉପରେ ଲାଗୁ ହୋଇଥିବା ଜରିମାନା ଆଶା କରାଯାଉଥିବା ଠାରୁ ଚାରି ଗୁଣ ଅଧିକ, କାରଣ ଅନଲାଇନ୍ ସେବା ପାଇଁ ସେମାନଙ୍କର ପ୍ରାଧାନ୍ୟ ବଜାର ସ୍ଥିତିକୁ ଅପବ୍ୟବହାର କରୁଥିବା ଟେକ୍ କମ୍ପାନୀଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇୟୁ ଦର୍ଶାଇବାକୁ ଚେଷ୍ଟା କରୁଛି।

ୟୁରୋପିଆନ କମ୍ପିଟିଶନ କମିଶନର, ମାଗ୍ରେଥ ବେଷ୍ଟେଗର କହିଛନ୍ତି ଯେ, ସ୍ୱଳ୍ପ ଜରିମାନା ପାର୍କିଂ ଜରିମାନା ତୁଳନାରେ ଅଧିକ ହେବ ନାହିଁ, ଯେତେବେଳେ ୧.୮ ବିଲୟନ ୟୁରୋର ଡିଜାଇନ ଏଥିପାଇଁ ପ୍ରସ୍ତୁତ କରାଯାଇଛି କାରଣ ଦ୍ୱିତୀୟ ଥର ଆପଲ କିମ୍ବା ତାଙ୍କ ପରି କମ୍ପାନୀ ଏପରି କିଛି ଜିନିଷକୁ ପୁନର୍ବାର ନ କରୁ।

ସେ କହିଛନ୍ତି ଯେ, ମୋତେ ଲାଗୁଛି ଏହା ଦେଖିବା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, କୌଣସି ପ୍ରଭାବଶାଳୀ କମ୍ପାନୀ କିଛି ବେଆଇନ କରୁଛି, ତେବେ ତାକୁ ଦଣ୍ଡିତ କରାଯିବ । ଆମେ ଏପରି ମାମଲାରେ ନିଜ ସଂକଳ୍ପ ଦେଖିବାକୁ ଚାହୁଁଛୁ । ସେ ଆଗକୁ କହିଛନ୍ତି ଯେ, ଆପଲର ଏହି ପ୍ରତିଯୋଗୀତା ବିରୋଧୀ ନିୟମ କାରଣରୁ ସାଧାରଣ ଲୋକଙ୍କୁ ମ୍ୟୁଜିକ ଷ୍ଟ୍ରିମିଙ୍ଗ ସର୍ଭିସ ପାଇଁ ଆବଶ୍ୟକତା ଠାରୁ ଅଧିକ ଟଙ୍କାର ଜରିମାନା ଦେବାକୁ ପଡିଲା ।

Get real time updates directly on you device, subscribe now.