fbpx

ଲାଗୁହେଲା କଠୋର ନିୟମ: ପାନୀୟ ଜଳ ଅପବ୍ୟବହାର କଲେ ୫ ହଜାର ଟଙ୍କା ଫାଇନ୍ ଲାଗିବ, ନଜର ରଖିବେ ସୁରକ୍ଷାକର୍ମୀ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମ ସିଜିନର ଆଗମନ ହୋଇସାରିଥିବା ବେଳେ ଏଭଳି ସ୍ଥିତିରେ ଅନେକ ସ୍ଥାନରେ ପାନୀୟ ଜଳର ଘୋର ଅଭାବ ଦେଖାଦେଲାଣି । ତେଣୁ ଜନସାଧାରଣ ଜଳର ଅପବ୍ୟବହାରରୁ ଦୂରେଇ ରହିବା ଉଚିତ୍ । ତେବେ ପାନୀୟ ଜଳର ଅପଚୟକୁ ରୋକିବା ପାଇଁ ବେଙ୍ଗାଲୁରୁର ଏକ ହାଉସିଂ ସୋସାଇଟି ଏକ କଠୋର ନିୟମ ଲାଗୁ କରିଛି । ଜଳ ନଷ୍ଟ କଲେ ୫ ହଜାର ଟଙ୍କାର ଫାଇନ୍ ଲାଗୁ କରାଯିବ । ଏଥିସହିତ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଜଣେ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଜଳ ଅଭାବକୁ ଦୂର କରିବା ପାଇଁ ଦୈନିକ ଯତ୍ନର ସହିତ ଜଳ ବ୍ୟବହାର କରିବାକୁ ବେଙ୍ଗାଲୁରୁର ବିଭିନ୍ନ ହାଉସିଂ ସୋସାଇଟି ପକ୍ଷରୁ ସେଠାକାର ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ହ୍ୱାଇଟଫିଲ୍ଡ ଅଞ୍ଚଳରେ ଥିବା ପାଲମ ମିଡୋଜ ହାଉସିଂ ସୋସାଇଟିକୁ ଗତ ୪ ଦିନ ହେଲା ବେଙ୍ଗାଲୁରୁ ପାନୀୟ ଯୋଗାଣ ଓ ସ୍ୱେରେଜ ବୋର୍ଡ (ବିଡବ୍ଲ୍ୟୁଏସଏସବି) ତରଫରୁ ଜଳ ସପ୍ଲାଏ କରାଯାଇନାହିଁ । ଆଗାମୀ ଦିନରେ ଏଭଳି ଜଳକଷ୍ଟ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଏଭଳି କଠିନ ସମୟରେ ଜନସାଧାରଣ ଜଳ ବ୍ୟବହାରକୁ ୨୦ ପ୍ରତିଶତ ହ୍ରାସ କରିବାକୁ କୁହାଯାଇଛି । ଯେଉଁମାନେ ୨୦ ପ୍ରତିଶତ କମ୍ ଜଳ ବ୍ୟବହାର ନକରିବେ ସେମାନେ ୫ ହଜାର ଟଙ୍କା ଅତିରିକ୍ତ ଚାର୍ଜ ଦେବେ ବୋଲି କୁହାଯାଇଛି । ଲୋକମାନେ ସଠିକ୍ ଭାବେ ଜଳ ବ୍ୟବହାର କରୁଛନ୍ତି କି ନା ସେନେଇ ତଦାରଖ କରିବାକୁ ଜଣେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.