fbpx

ଅଲ୍ ଟାଇମ୍ ହାଇରେ ସୁନା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍

Advertisement

ନୂଆଦିଲ୍ଲୀ: ବିବାହ ଋତୁରେ ସୁନା ଓ ରୂପା କିଣୁଥିବା ଲୋକଙ୍କ ପାଇଁ ଖରାପ ଖବର । ଆଜି ବୁଲିଅନ୍ ବଜାରରେ ଇତିହାସ ରଚି ସୁନା ଏକ ଗ୍ରାମ ପିଛା ୬୪୪୦୪ ଟଙ୍କା ମୂଲ୍ୟରେ ଅଲ୍ ଟାଇମ ହାଇରେ ଖୋଲିଛି ।

ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମରେ ୧୨୬୧ ଟଙ୍କା ବୃଦ୍ଧି ପାଇଛି ଏବଂ ଆଜି ଏହା ୭୨୦୩୮ ରେ ଖୋଲିଛି ।

ସୁନା ଓ ରୂପା ମୂଲ୍ୟରେ ଏହି ବଡ଼ ଲମ୍ଫ ଗୋରଖପୁର, ଦିଲ୍ଲୀ, ମୁମ୍ବାଇ, ଲଖନଉ, ଜୟପୁର, ଇନ୍ଦୋର, କୋଲକାତା, ଜୟପୁର ଏବଂ ପାଟନା ସମେତ ସମସ୍ତ ସହରରେ ରହିଛି । ସୋମବାର ବନ୍ଦ ମୂଲ୍ୟ ତୁଳନାରେ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ୨୪ କ୍ୟାରେଟ୍ ସୁନା ୯୨୪ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୬୪୪୦୪ ଟଙ୍କା ଖୋଲିଛି ।

ଆଇବିଜେଏର ନୂଆ ହାର ଅନୁଯାୟୀ, ବର୍ତ୍ତମାନ ସୁନା ନିଜର ୪ ଡିସେମ୍ବର ୨୦୨୩ ଅଲ୍ ଟାଇମ୍ ହାଇ ୬୩୮୦୫କୁ ପଛରେ ପକାଇଛି । ଆଜି, ମାର୍ଚ୍ଚ ୫ ରେ ବୁଲିଅନ୍ ବଜାରରେ ୨୩ କ୍ୟାରେଟ୍ ସୁନାର ହାରାହାରି ମୂଲ୍ୟ ୯୨୦ ଟଙ୍କା ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୬୪୧୪୬ ଟଙ୍କା ହୋଇଛି । ଅନ୍ୟପଟେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ବର୍ତ୍ତମାନ ୮୪୬ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୮୯୯୪ ଟଙ୍କା ହୋଇଛି ।

Get real time updates directly on you device, subscribe now.