fbpx

ଡେଟିଂ ଆପରେ ଝିଅ ସାଜି ଯୁବକକୁ ଫସାଇଲେ କିନ୍ନର: ଫ୍ଲାଟକୁ ଡାକି ଅଶ୍ଲୀଳ ଭିଡିଓ କରିବା ପରେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ କିନ୍ନରଙ୍କ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି । ସେଠାରେ ଜଣେ କିନ୍ନର ଡେଟିଂ ଆପ୍ ମାଧ୍ୟମରେ ଯୁବକଙ୍କ ସହ ବନ୍ଧୁତା କରିଥିଲା ଓ ପରେ ଅଶ୍ଲୀଳ ଭିଡ଼ିଓ କରି ବ୍ଲାକମେଲ କରିବା ଆରମ୍ଭ କରିଦେଲା । ଏଥିରେ ବିରକ୍ତ ହୋଇ ଯେବେ ଯୁବକ ଜଣକ ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଥିଲା, ସେବେ ଅଭିଯୁକ୍ତ ତାଙ୍କୁ ବଦନାମ୍ କରିଦେବାକୁ ଧମକ ଦେଇଥିଲା । କିନ୍ତୁ ଧମକ ଡରିନଯାଇ ଯୁବକ ଜଣକ ଥାନାରେ ଏନେଇ ଅଭିଯୋଗ କରିଥିଲେ । ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ଛାନଭିନ୍ କରିବା ସହ ୨ ଜଣ କିନ୍ନରଙ୍କୁ ଗିରଫ କରିଛି ।

ଦିଲ୍ଲୀର ସାଉଥ ଡିଷ୍ଟ୍ରକ୍ଟର ଅତିରିକ୍ତ ଡିସିପି ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଶୁକ୍ରବାର ସକାଳେ ଜଣେ ଯୁବକ ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ କରିଥିଲେ । ଯୁବକଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବରୁ ସେ ଡେଟିଂ ଆପ୍ ଜରିଆରେ ହିନା ଖାନ୍ ନାମକ ଜଣେ ୨୨ ବର୍ଷୀୟ ଯୁବତୀ ସହ କଥା ହୋଇଥିଲେ । ଅନେକ ଦିନ କଥା ହେବା ପରେ ଯୁବତୀ ତାଙ୍କୁ ଦେଖାକରିବାକୁ ସୟଦୁଲ୍ଲା ଜାବର ଏକ ଫ୍ଲାଟକୁ ଡାକିଥିଲା । ସେଠାରେ କିନ୍ନର ଅନ୍ୟ ଏକ ସହଯୋଗୀ ସହିତ ଥିଲେ ।

ପୀଡିତଙ୍କ ଅଭିେଯୋଗ କରିଛନ୍ତି ଯେ, ଫ୍ଲାଟକୁ ଡାକିବା ପରେ ଦୁହେଁ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ । ଏହାପରେ ଜବରଦସ୍ତ ତାଙ୍କ ପକେଟରୁ ୧ ହଜାର ଟଙ୍କା ଓ ସୁନାର ଏକ ଚେନ୍ ଛଡ଼ାଇନେଇଥିଲେ । କେବଳ ଏତିକି ନୁହେଁ, ଫୋନ ପେ’ରୁ ୬ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଏତିକିରେ ମନ ନଭରିବାରୁ ଯୁବକର ଜବରଦସ୍ତ ଡ୍ରେସ୍ କାଢ଼ି ତାଙ୍କ ସହ ଅଶ୍ଲୀଳ ଭିଡିଓ କରିଥିଲେ ଓ ପରେ ଏହାକୁ ନେଇ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଯୁବକଙ୍କ ଅଭିଯୋଗ ପରେ ପୋଲିସ ସେହି ଫ୍ଲାଟରେ ଚଢ଼ାଉ କରି ୨ କିନ୍ନରଙ୍କୁ ଗିରଫ କରିଛି । ପଚରାଉଚରା ପରେ ଜଣାପଡିଲା କି, ପୂର୍ବରୁ ଅଭିଯୁକ୍ତମାନେ ପୂର୍ବରୁ ବି ଅନେକ ଯୁବକଙ୍କୁ ଏହାର ଶିକାର କରିଛନ୍ତି । ଅବଶ୍ୟ ଲଜ୍ଜା ଯୋଗୁଁ ଅନେକ ପୀଡିତ ଏହାର ଅଭିଯୋଗ କରିନାହାନ୍ତି ।

Get real time updates directly on you device, subscribe now.