fbpx

ପରୀକ୍ଷା ଦେଇ ଫେରୁଥିବା ବେଳେ ୩ ଭାଇଙ୍କ ଉପରେ ଚଢ଼ିଗଲା ଟ୍ରକ୍, ସମସ୍ତେ ମୃତ

ଭୋପାଳ: ମଣିଷର ଜୀବନ ଦୀପ କେଉଁ ମୁହୂର୍ତ୍ତରେ ଯେ ଲିଭିଯିବ ତାହା କେହି କହିପାରିବେ ନାହିଁ । ତେଣୁ କେତେବେଳେ ଓ କେଉଁ ମୁହୂତତର୍୍ରେ ପିଣ୍ଡରୁ ପ୍ରାଣ ଚାଲିଯିବ ତାହାର ପୂର୍ବାନୁମାନ କରିବା ଅସମ୍ଭବ । ଏହି କ୍ରମରେ ଶନିବାର ଦିନ ମଧ୍ୟପ୍ରଦେଶର ରିୱା ଜିଲ୍ଲାର ନ୍ୟାସନାଲ୍ ହାଇୱେରେ ଶନିବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ବାଇକ୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଖବର ପାଇବା ପରେ ପୋଲିସ୍ ପହଞ୍ଚି ମୃତଦେହ ଗୁଡ଼ିକୁ ପୋଷ୍ଟମଟମ୍ ପାଇଁ ପଠାଇଛି ।

ସୁଚନା ଅନୁସାରେ, ଦଶମ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ବିପରୀତ ଦିନରୁ ଆସୁଥିବା ଏକ ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା ଓ ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା ।ମୃତ୍ୟୁବରଣ କରିଥିବା ତିନି ଜଣ ହେଉଛନ୍ତି ସମ୍ପର୍କରେ ଭାଇ ।

Get real time updates directly on you device, subscribe now.