fbpx

(Video)ପ୍ରାଣୀ ଉଦ୍ୟାନରେ ପଶୁଙ୍କୁ ଖାଇବା ଦେବା ପଡ଼ିଲା ମହଙ୍ଗା, ଦେଖୁ ଦେଖୁ ବାଳକକୁ ମୁହଁରେ ଉଠାଇନେଲା ଜିରାଫ

ନୂଆଦିଲ୍ଲୀ: ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଏକ ପ୍ରଶଂସାଯୋଗ୍ୟ କାମ ହୋଇଥାଏ । କିନ୍ତୁ ଖାଦ୍ୟ ଖୁଆଇବା ସମୟରେ ସଚେତନତା ଅବଲମ୍ବନ କରିବା ଦରକାର । ନଚେତ୍ ଏହା ଆପଣଙ୍କ ଜୀବନ ଉପରେ ସଙ୍କଟ ଆଣିପାରେ । ବାସ୍ତବରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି । ଯେଉଁଥିରେ ଗୋଟିଲ ବାଳକକୁ ଜିରାଫକୁ ଖୁଆଇବା ମହଙ୍ଗା ପଡ଼ିଛି । ତେଣୁ ଆପଣ ବି ଯଦି ଚିଡିଆଘରେ ପଶୁଙ୍କୁ ଖାଇବାକୁ ଦେବାକୁ ପସନ୍ଦ କରୁଥାନ୍ତି ତାହେଲେ ସାବଧାନତାର ସହିତ କରନ୍ତୁ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ବାଳକ ନିଜ ବାପାମାଆଙ୍କ ଏକ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଛି । ଏହି ସମୟରେ ସେ ଯେତେବେଳେ ଏକ ଜିରାଫ କୁ ଖାଇବାକୁ ଦେବାକୁ ଯାଇ ଏକ ଡାଳ ତା ଆଡ଼କୁ ବଢ଼ାଇଛି ସେହି ସମୟରେ ଜିରାଫ, ଡାଳ ସହିତ ତାକୁ ଉପରକୁ ଉଠାଇ ନେଉଛି । ଆଉ ବାପାମାଆ ପିଲାଟିକୁ ତଳ ପଟକୁ ଟାଣୁଛନ୍ତି ।

ଆଉ ଖୁବ୍ ଚେଷ୍ଟା କରିବା ପରେ ସେ ପିଲାଟିକୁ ତଳକୁ ଆଣିବାରେ ସଫଳ ହୋଇଛନ୍ତି । ଟୁଇଟର୍ ରେ ଏହି ଭିଡିଓକୁ ଅପଲୋଡ୍ କରାଯାଇଥିବା ବେଳେ ଏହା ଭାଇରାଲ୍ ହେବାରେ ଲାଗିଛି । ଏହାକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ୟୁଜର୍ସ ମାନେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ୍ ଦେଉଛନ୍ତି ।

Get real time updates directly on you device, subscribe now.