fbpx

କାଳିଆ ସେବାରେ ସମର୍ପିତା ବିଦେଶିନୀ ଲୀଲାବତୀ, ଶ୍ରୀଜଗନ୍ନାଥ ସଂସ୍କୃତିରେ ମଜ୍ଜି ଯାଇଛନ୍ତି

ଓଡ଼ିଶା ଭାସ୍କର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଐତିହ୍ୟ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ । ଏଥିରେ ନିଜକୁ ଓ ଭଗବାନଙ୍କୁ ଜାଣିବାର ଅବକାଶ ତ ମିଳେ, ତାସହ ଭଗବତ ସେବାରେ ନିଜକୁ ସମର୍ପଣ କରିବାର ଭାବନା ମଧ୍ୟ ଉଦ୍ରେକ ହୋଇଥାଏ । ଯେଉଁମାନେ ଭାବନ୍ତି ବଡ଼ ଚାକିରି କରିବି, ବିଦେଶକୁ ଯିବି, ଗାଡ଼ି, ଘର ସହ ଅମାପ ଧନସମ୍ପତ୍ତିର ମାଲିକ ହେବି; ସେ ଭାବନା କ୍ଷଣଭଙ୍ଗୁର । ଏସବୁ କେବଳ ଆମ ଇନ୍ଦ୍ରିୟ ସୁଖ ପାଇଁ । ଭଗବାନଙ୍କ ନାମ ନେବାରେ ପ୍ରକୃତ ସୁଖ ଓ ଆନନ୍ଦ ମିଳିଥାଏ । ଜୀବନର ମୂଲ୍ୟ ତଥା ଜଗନ୍ନାଥ ସଂସ୍କୃତିକୁ ନେଇ ଏମିତି ମର୍ମସ୍ପର୍ଶୀ ଅନୁଭୂତି ବଖାଣିଛନ୍ତି କାଳିଆ ଠାକୁରଙ୍କ ବିଦେଶିନୀ ଭକ୍ତ ଦାସୀ ଲୀଲାବତୀ ।

ଲୀଳାବତୀଙ୍କ ଘର ୟୁରୋପରେ । ବିଦେଶିନୀ ହୋଇଥିଲେ ମଧ୍ୟ ସନାତନ ଧର୍ମରେ ଅନୁପ୍ରାଣିତ ହୋଇ ୧୦ ବର୍ଷ ହେଲା ସେ ନିଜ ଘର ତଥା ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି । ଶ୍ରୀକୃଷ୍ଣ ଚିଦାନନ୍ଦ ମିଶନ ଜରିଆରେ ଦେଶର କୋଣ, ଅନୁକୋଣ ବୁଲି ବୁଲି ଶ୍ରୀକୃଷ୍ଣ ଲୀଳା ପ୍ରଚାର କରୁଛନ୍ତି । ବାଲେଶ୍ୱର ଆସିଥିବା ବେଳେ ଖନ୍ତାପଡ଼ା ନିକଟସ୍ଥ ରାଧାମାଧବ ଗୌଡ଼ୀୟ ମଠରେ ଅଟକି ଯାଇଛନ୍ତି ଲୀଲାବତୀ । ଏବେ ତାଙ୍କ ମନରେ ଏକମାତ୍ର ଆଶା ଓ ଆକାଂକ୍ଷା ସେ କାଳିଆ ସାଆନ୍ତଙ୍କ ଦର୍ଶନଲାଭ କରିବେ । ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ନିଜ ଗୁରୁ ମହାରାଜଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ହେଲେ କରୋନା ମହାମାରୀ ପାଇଁ ସେ ଦୁଇବର୍ଷ ହେଲା ଏଠାରେ ଅଟକି ଯାଇଥିବା ବେଳେ ଦିନରାତି ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନରେ ସେ ମଜ୍ଜି ଯାଇଛନ୍ତି ।

Get real time updates directly on you device, subscribe now.