fbpx

ଓଡ଼ିଶାରେ ନିର୍ମାଣ ହେବ EV କାରଖାନା, ସୃଷ୍ଟି ହେବ ୧୧ ହଜାର ରୋଜଗାର ସୁଯୋଗ

Advertisement

ଓଡ଼ିଶା ଭାସ୍କର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ପ୍ରଥମ ଥର ପାଇଁ ବିଦ୍ୟୁତ ଚଳିତ ଗାଡ଼ି (ଇଭି) ଓ ବ୍ୟାଟେରୀ ନିର୍ମାଣ କାରଖାନା କରାଯିବ । ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସ୍ଡବ୍ଲ୍ୟୁ ମଧ୍ୟରେ ବୁଝାମଣା ପତ୍ର(ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଇଭି କାରଖାନା ହେଲେ ୧୧ ହଜାର ଯୁବପିଢିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଆନୁସଙ୍ଗିକ ଶିଳ୍ପ ଉଦ୍ୟୋଗ ମାନଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ ।

ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.