fbpx
BSKY
BJD MC SKY
BJD MS SKY

୫ ଦିନ ପରେ ମଧ୍ୟ ଘରକୁ ଫେରିନି ଚିତା ‘ଓବାନ’, କଳା ହରିଣକୁ ଶିକାର କରି ମେଣ୍ଟାଇଲା ଭୋକ

ଭୋପାଲ: ମଧ୍ୟପ୍ରଦେଶର ସୋୟେପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲରେ ଛଡାଯାଇଥିବା ନାମ୍ବିଆରେ ୪ଟି ଚିତାରୁ ଏକ ଚିତା ଓବାନ, ପାଞ୍ଚ ଦିନ ପରେ ମଧ୍ୟ ଉଦ୍ୟାନକୁ ନ ଫେରିବା କଥା ସାମ୍ନାକୁ ଆସିଛି । ବନ ବିଭାଗକୁ ଓବାନର ଲୋକେସନ ଶିବପୁର ଜଙ୍ଗଲରେ ମିଳିଛି । ଓବାନ ବୁଧବାର ଦିନ ସକାଳୁ ସକାଳୁ ଏକ କଳା ହରିଣକୁ ଶିକାର କରି ନିଜ ଭୋକ ମେଣ୍ଟାଇବା କଥା ମଧ୍ୟ ଜଣାପଡିଛି ।

ଓବାନର ପ୍ରତ୍ୟେକ ଗତି ଉପରେ ନଜର ରଖାଯାଇଛି । ଡିଏଫଓ ପ୍ରକାଶ କୁମାର ବର୍ମା କହିବା ଅନୁସାରେ, ଆଶା, ଏଲ୍ଟନ ଏବଂ ଫ୍ରେଡୀ ଉଦ୍ୟାନ ଅଂଚଳରେ ଓବାନ ରହିଛି । ଚିତାକୁ ୧୧ ମାର୍ଚ୍ଚରେ କୁନୋର ଓପନ ଏରିଆରେ ଛଡାଯାଇଥିଲା । ଓବାନ ଚତୁରତାର ସହିତ କ୍ରମାଗତ ଭାବରେ ଶିକାର କରି ଏଠାରେ ବଞ୍ଚିଥିଲା । ହେଲେ କିଛିଦିନ ହେବ ତାକୁ ଖୋଲା ଅଂଚଳରେ ବୁଲିବାକୁ ଭଲ ଲାଗୁଛି ।

ଓବାନ ଗତ ରବିବାର ସକାଳୁ କୁନୋ ପାର୍କରୁ ୧୫ କିମି ଦୂର ଗ୍ରାମ ଝାର ବଝୋଦା ଏବଂ ସୋଲୀପୂରା ଗାଁର ବିଲରେ ଯାଇ ପହଁଚିଥିଲା । ତା ପର ଦିନ ପର୍ବତୀ ନଦୀ କୂଳରେ ପାଣି ପିଇବାର ନଜର ଆସିଥିଲା । ଏହାପରେ ମଙ୍ଗଳବାର ଦିନ କୁନୋ ଉଦ୍ୟାନର ପାଖାପାଖି ବୁଲିଥିଲା ହେଲେ ଉଦ୍ୟାନକୁ ଫେରିବା ବଦଳରେ ସେ ନହାଡୁ-ସିଲାପୁରା ଗାଁ ପାଖ ବଫର ଜୋନରେ ପହଁଚିଥିଲା । ବର୍ତ୍ତମାନ ସେ ଶିବପୂରୀ ଜିଲ୍ଲାର ପୋହରୀ ତହସିଲ ପିପରବାସ ଜଙ୍ଗଲରେ ତାଙ୍କ ଲୋକେସନ ଟ୍ରାସ ହୋଇଛି ।

Get real time updates directly on you device, subscribe now.