fbpx

True Love ପରେ ବି ମିଳେ ଧୋକା: ପ୍ରେମ ସମ୍ପର୍କରେ ବିଫଳ ହୋଇଥା’ନ୍ତି ଏହିସବୁ ରାଶିର ପୁଅ

ଓଡ଼ିଶା ଭାସ୍କର: ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି ପ୍ରେମ। ଏପରି କେହି ନାହାନ୍ତି ଯିଏ ଜୀବନରେ ପ୍ରେମରେ ପଡ଼ି ନାହାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଏପରି ଅଛନ୍ତି, ଯାହାସହ ଜଡ଼ିତ ଲୋକ ପ୍ରେମ ମାମଲାରେ ବେଶ ଭାଗ୍ୟଶାଳୀ। କାହିଁକି ନା ସଚ୍ଚା ପ୍ରେମ ଖୁବ୍‌ଶୀଘ୍ର ମିଳିଥାଏ। ସେହିଭଳି କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିଙ୍କୁ ଧୋକା ଖାଇବା ପରେ ସଚ୍ଚା ପ୍ରେମ ମିଳିବାର ସମ୍ଭାବନା ଥାଏ। ଏମାନେ ଶୀଘ୍ର ପ୍ରେମରେ ପଡ଼ନ୍ତି ହେଲେ ଏମାନଙ୍କ ପ୍ରେମ ସମ୍ପର୍କ ସଫଳ ହେବାର ସମ୍ଭାବନା କମ୍‌ ଥାଏ। ଆସନ୍ତୁ ଜାଣିବା:

ମେଷ ରାଶି: ପ୍ରେମ ସମ୍ପର୍କରେ ବିଫଳ ହେଉଥିବା ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କୁ ହୃଦୟ ଦେଇ ଭଲ ପାଆନ୍ତି । ପ୍ରକୃତ ପ୍ରେମର ସମସ୍ତ କାର୍ଯ୍ୟ କରି ସର୍ବଦା ଜୀବନସାଥୀଙ୍କ ହୃଦୟରେ ରହିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଏସବୁ ସେ ନିଜ ସାଥୀଙ୍କୁ ଦର୍ଶାଇ ପାରନ୍ତି ନାହିଁ । ସଚ୍ଚୋଟ ଭାବରେ ପ୍ରେମ କରିବା ପରେ ମଧ୍ୟ ଏମାନଙ୍କୁ ସମ୍ପର୍କରେ ଅଧିକାଂଶ ସମୟରେ ବିଫଳତାର ସାମନା କରିବାକୁ ପଡ଼ିଥାଏ । ଅଧିକାଂଶ ଜୀବନସାଥୀ ମେଷ ରାଶିର ଲୋକମାନଙ୍କୁ ଧୋକା ଦେଇଥାନ୍ତି ।

ମିଥୁନ ରାଶି: ଏହି ରାଶିର ଜାତକଧାରୀ ନିଜର ପାର୍ଟନରଙ୍କୁ ବହୁତ ସ୍ନେହ କରିଥାନ୍ତି। ଏମାନେ ସହଜରେ ପ୍ରେମରେ ପଡ଼ିଯାଇଥାନ୍ତି। କିଛି ନ ଭାବି, ନଚିନ୍ତି ଏମାନେ ପ୍ରେମରେ ପଡ଼ୁଥିବା କାରଣରୁ ପ୍ରେମରେ ଏମାନଙ୍କୁ ଧୋକା ମିଳିବାର ସମ୍ଭାବନା ଅଧିକ ଥାଏ। ବହୁତ ବିଳମ୍ବରେ ସଚ୍ଚା ପ୍ରେମ ଏମାନଙ୍କୁ ମିଳିଥାଏ। ସେତେବେଳ ଯାଏ ଅନେକ ଥର ଧୋକା ଏମାନେ ଖାଇଥାନ୍ତି।

ସିଂହ ରାଶି: ଏହି ରାଶିର ଜାତକଧାରୀ ବେଶ ଉତ୍ସାହୀ ହୋଇଥାନ୍ତି। ଏମାନଙ୍କୁ ବହୁତ ଭଲ ପାଉଥିବା ପାର୍ଟନର ମିଳିଥାଏ। ନିଜ ପ୍ରେମକୁ ଖୋଲାଖୋଲି ପ୍ରକାଶ କରିବାରୁ ଏମାନେ କୁଣ୍ଠାବୋଧ କରନ୍ତି ନାହିଁ। ହେଲେ ଏମାନଙ୍କ ଅତ୍ୟଧିକ ରାଗି ସ୍ବଭାବ ପ୍ରେମ ସମ୍ପର୍କକୁ ଖରାପ କରିଦେଇଥାଏ। ପାର୍ଟନର ମଧ୍ୟ ଏହି ଗୁଣକୁ ନାପସନ୍ଦ କରନ୍ତି। ଏଣୁ ଏମାନଙ୍କୁ ମନ ବୁଝିପାରୁଥିବା ଜୀବନସାଥୀ ବିଳମ୍ବରେ ମିଳିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରେମ ମାମଲାରେ ଏମାନେ ଭାଗ୍ୟବାନ ନୁହନ୍ତି।

କନ୍ୟା ରାଶି: ଏହି ରାଶିର ଜାତକଧାରୀ ବେଶ ରୋମାଣ୍ଟିକ ଏବଂ ସ୍ନେହୀ ସ୍ବଭାବର। ଏମାନେ ନିଜ ପାର୍ଟନରଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି। ସାଥୀଙ୍କଠାରୁ ସମାନ କଥା ସେମାନେ ଆଶା ମଧ୍ୟ କରିଥାନ୍ତି। ଏହି କାରଣରୁ ସମ୍ପର୍କ ବିଗିଡ଼ିଥାଏ। ପ୍ରେମ ମାମଲାରେ ଏମାନେ ଭାଗ୍ୟବାନ ହୋଇ ନ ଥାନ୍ତି।

କୁମ୍ଭ ରାଶି: ଏହି ରାଶି ଜାତକଧାରୀ ବହୁତ ମେଳାପୀ ସ୍ବଭାବର ହୋଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କ ପ୍ରତି ବେଶ ସମର୍ପିତ ଥାନ୍ତି। ଏଥିଯୋଗୁ ପାର୍ଟନର ଧୋକା ଦେଲେ ମଧ୍ୟ ସେ ବୁଝିପାରି ନ ଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିଙ୍କୁ ସଚ୍ଚା ପ୍ରେମ ବିଳମ୍ବରେ ମିଳିଥାଏ।

Get real time updates directly on you device, subscribe now.