fbpx

ସ୍ବପ୍ନରେ ବି ଭାବିନଥିଲେ ଆଉ ଥରେ ପରିବାରକୁ ଭେଟିପାରିବେ ବୋଲି: ବାର ବର୍ଷ ପରେ ଘରକୁ ଫେରିଲେ ହଜି ଯାଇଥିବା ସ୍ୱାମୀ

Advertisement

ଓଡ଼ିଶା ଭାସ୍କର: ସ୍ବପ୍ନରେ ବି ଭାବିବି ନଥିଲେ ଆଉ ଥରେ ପରିବାରକୁ ଭେଟିପାରିବେ ବୋଲି । ସେପଟେ 10 ବର୍ଷ ରୁ ଅଧିକ ହେବ ପରିବାର ସହିତ ନଥିଲା କିଛି ସମ୍ପର୍କ ଓ ଯୋଗାଯୋଗ । ସ୍ତ୍ରୀ ହୋଇସାରିଥିଲେ ଏକ ପ୍ରକାର ବିଧବା ଆଶା ଛାଡି ବସିଥିଲେ ପୁରା ପରିବାର ଆଉ ବୋଧେ ନାହାନ୍ତି ଆମ ପରିବାର ର ମୁଖିଆ । ପରିବାର କୁ ପ୍ରତିପ୍ରଶାଣ କରିବା କୁ ଆସାମ ରୁ ପଂଜାବ ଯାଇଥିଲେ ଦାଦନ ଖଟିବାକୁ ସେଠି କିନ୍ତୁ କେଇବର୍ଷ କାମ କଲା ପରେ ଠିକାଦାର ଦେଲା ଧୋକା ଟଙ୍କା ବଦଳରେ ହାତରେ ଦୁଇଟି ସମୋସା ଧରାଇ ଦେଇ ଟ୍ରେନରେ ବସାଇ ଦେଇଥିଲା ଧୋକାବାଜ ଠିକାଦାର ।

ଖବର ପ୍ରସାରଣ ଓ ଆଶାମର ଏକ ଘରୋଇ news ଚାନେଲ ରେ ଖବର ପ୍ରସାରଣ ପରେ ଦୁଇ ଦିନ ଭିତରେ ମିଳିଥିଲା ବୃଦ୍ଧା ଙ୍କର ପୁରା ଠିକଣା । ପରିବାର ସହିତ ଆମ ଓଡିଶା ଭାସ୍କର ପ୍ରତିନିଧି vedio call ରେ କଥା କରାଇଦେଇଥିଲେ ଆସାମ ରୁ ଭୁବନେଶ୍ୱର ଧାଇଁ ଆସୁଛନ୍ତି ପରିବାର ଲୋକେ ସ୍ଥାନୀୟ ପ୍ରସାଶନ ଙ୍କ ସହାୟତା ରେ ନିଜ ଘର ର ମୁଖିଆ ଙ୍କୁ ନେବା ପାଇଁ । ଆଜି ଆମ ପିପିଲି ରିପୋର୍ଟର ବୃଦ୍ଧା ମଉସା ଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ପରିଷ୍କାର କରାଇ ଦେବି ମା ଙ୍କ ଦର୍ଶନ କରାଇ ମାଆଙ୍କ ପିଠରୁ ଆଶ୍ରିବାଦ ନେଇଥିଲେ ।

ଏ ହେଉଛନ୍ତି ସେହି ମଉସା ଯାହାଙ୍କର ଲମ୍ବା ଲମ୍ବା ଦାଢ଼ି ସହିତ ଭୋକ ଉପାସ ରେ ରାସ୍ତା କଡରେ ପଡିରହିଥିଲେ ଏବେ କିନ୍ତୁ ସମ୍ପୂର୍ଣ ପରିବର୍ତନ ହୋଇଯାଇଛି ବୃଦ୍ଧା ମଉସା ଙ୍କ ପୋଷାକ ସହିତ ଚାଲି ଚଳଣି । କିଏ ପାଗଳ କହି ତଢ଼ି ଦେଉଥିଲା ତ କିଏ ଭାଷା ନବୁଝିପରି ଘଉଡ଼ାଇ ଦେଉଥିଲା ମଉସାଙ୍କୁ । ସେପଟେ ଆସାମ ଗୋହାଟି ନିକଟରେ ଏକ ଗାଁ ରେ ଚାତକ ଭଳି ଅନାଇ ବସିଛନ୍ତି ପୁରା ପରିବାର । ବାର ବର୍ଷ ପରେ ଘରକୁ ଫେରିବେ ହଜି ଯାଇଥିବା ଘରର ମୁରବି ।

 

Get real time updates directly on you device, subscribe now.