fbpx

ପ୍ରତିଦିନ ଗାୟବ୍ ହେଉଛନ୍ତି ୩ଟି ଝିଅ, ୫୦ଟି ଜିଲ୍ଲାର ଆରଟିଆଇର ଜବାବରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: କେନ୍ଦ୍ର ହେଉକି ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ନେଇ ଲକ୍ଷ ଲକ୍ଷ ଦାବି କଲେ ମଧ୍ୟ ଆଜି ବି ମହିଳାମାନେ ଅସୁରକ୍ଷିତ । ଉତ୍ତରପ୍ରଦେଶରେ ପ୍ରତିଦିନ ୩ ଜଣ ଯୁବତୀ ଗାୟବ୍ ହେଉଛନ୍ତି । ଏନେଇ ଖୁଲାସା କରିଛି ସୂଚନା ଅଧିକାର ବିଭାଗ(ଆରଟିଆଇ) । ୫୦ ଟି ଜିଲ୍ଲାରୁ ପ୍ରାପ୍ତ ଆରଟିଆଇର ଜବାବରେ ଉତ୍ତରପ୍ରଦେଶ ପୋଲିସ କହିଛି ଯେ ଗତ ବର୍ଷ ଉତ୍ତରପ୍ରଦେଶରୁ ମୋଟ ୧,୭୬୩ ପିଲା ନିଖୋଜ ହୋଇଛନ୍ତି। ଯେଉଁଥିରେ ୧,୧୬୬ ଜଣ ଯୁବତୀ ହୋଇଥିବା ବେଳେ ବାକି ୧,୦୮୦ ଜଣ ଝିଅ ୧୨ରୁ ୧୮ ବର୍ଷ ବୟସ ଶ୍ରେଣୀର ରହିଛନ୍ତି । ମୋଟ ନିଖୋଜଙ୍କ ମଧ୍ୟରୁ ୯୬୬ ଜଣଙ୍କୁ ଖୋଜି ବାହାର କରାଯାଇଛି ବାକି ଯୁବତୀ ଆଜି ବି ନିଖୋଜ ଅଛନ୍ତି ।

ଆଗ୍ରାଙ୍କ ଆରଟିଆଇ ତଥା ଶିଶୁ ଅଧିକାର ଆକ୍ଟଭିଷ୍ଟ ନରେଶ ପାରସ ୨୦୨୦ ରେ ନିଖୋଜ ପିଲାଙ୍କ ତଥ୍ୟ ଉତ୍ତରପ୍ରଦେଶ ପୋଲିସକୁ ମାଗିଥିଲେ । ଯେଉଁଥିରେ ୫୦ ଟି ଜିଲ୍ଲା ତରଫରୁ ପ୍ରତିକ୍ରିୟା ମିଳିଥିଲା। ସମୁଦାୟ ୧,୭୬୩ ପିଲା ନିଖୋଜ ହୋଇଯାଇଛନ୍ତି । ଯେଉଁଥିରେ ୫୯୭ ପୁଅ ଏବଂ ୧,୧୬୬ ଜଣ ଝିଅ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୧,୪୬୧ ଶିଶୁ ଉଦ୍ଧାର ହୋଇଛନ୍ତି। ବାକି ୩୦୨ ଜଣ ପିଲା ଏବେ ବି ନିଖୋଜ ଅଛନ୍ତି। ଯେଉଁଥିରେ ୧୦୨ ପୁଅ ଏବଂ ଦୁଇଶହ ଝିଅ ଅଛନ୍ତି । ୫୦ ଟି ଜିଲ୍ଲାକୁ ବିଶ୍ଳେଷଣ କରିବା ପରେ ଜଣା ପଡିଛି ଯେ ପ୍ରତିଦିନ ଉତ୍ତରପ୍ରଦେଶରୁ ପ୍ରାୟ ପାଞ୍ଚ ପିଲା ଜଣ ପିଲା ନିଖୋଜ ହେଉଛନ୍ତି। ଅନ୍ୟପଟେ କିଛି ଜିଲ୍ଲାର ପୋଲିସ୍ ଆରଟିଆଇ ଜବାବ ଦେବାକୁ ସଫା ସଫା ମନା କରିଦେଇଥିଲେ ।

Get real time updates directly on you device, subscribe now.