fbpx
BSKY
BJD MC SKY
BJD YOUTH SKY

କରୋନାର ନୂଆ ଭେରିଆଣ୍ଟର ଆତଙ୍କ ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଚିନ୍ତାରେ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆସନ୍ତା ଡିସେମ୍ବର ୮ ତାରିଖ ଦିନ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିବା ବେଳେ କରୋନା ଆତଙ୍କ ନେଇ ବିସିସିଆଇ ବଡ ଚିନ୍ତାରେ ପଡିଛି । କାରଣ ସଂପ୍ରତି ଦକ୍ଷିଣ ଆଫ୍ରିକାରେ ନୂଆ ଭେରିଆଣ୍ଟର କରୋନା ଭୂତାଣୁ କୋକୁଆ ଭୟ ସୃଷ୍ଟି କରିଛି । ମୁଖ୍ୟତଃ ଜୋହାନ୍ସବର୍ଗ ଓ ପ୍ରିଟୋରିଆରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୀ ଥିବା ଦୃଷ୍ଟିରୁ ଏଠାରେ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ପାଇଁ ସମସ୍ୟା ଦେଖା ଦେଇଛି । ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ସାତ ସପ୍ତାହ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ତିନି ଟେଷ୍ଟ, ୩ ଦିନିକିଆ ଓ ୪ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାର ଅଛି । ଆସନ୍ତା ମାସ ୧୭ ତାରିଖରୁ ସିରିଜ ଅନୁଷ୍ଠିତ ହେବାର ଅଛି । ସମସ୍ତ ମ୍ୟାଚ ଜୋହାନ୍ସବର୍ଗ, ସେଞ୍ଚୁରିୟନ,ପାର୍ଲ ଓ କେପ୍‌ ଟାଉନରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ତେଣୁ ଜୋହାନ୍ସବର୍ଗ ଓ ଫ୍ରିଟୋରିଆ(ସେଞ୍ଚୁରିୟନ ନିକଟବର୍ତ୍ତୀ)ରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଟେଷ୍ଟ ମ୍ୟାଚ ଖେଳିବା ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ତେଣୁ ବିସିସିଆଇ କହିଛି ଯେ ଦକ୍ଷିଣ ଆଫ୍ରିକାର ସାଂପ୍ରତିକ କରୋନା ସ୍ଥିତି ଉପରେ ଆମେ ବରାବର ନଜର ରଖିଛୁ । ଆଗକୁ ପରିସ୍ଥିତି କଣ ହେବ ତାହା କହିବା ସମ୍ଭବ ନୁହେଁ ।

Get real time updates directly on you device, subscribe now.