fbpx
BJD SKY
BJD SKY

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା: ଓଡିଶାର ଦୀପସନ ଓ ଶୀଳାନନ୍ଦଙ୍କୁ ସୁଯୋଗ

BJD

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଂଲାଦୋର ରାଜଧାନୀ ଢ଼ାକାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ଶୁକ୍ରବାର ଦିନ ଘୋଷଣା କରା ଯାଇଛି ୨୦ ଜଣିଆ ଭାରତୀୟ ଦଳ । ଅଧିନାୟକ ମନପ୍ରିତ ସିଂଙ୍କ ନେତୃତ୍ୱରେ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି ପୁରୁଖା ଗୋଲ କିପର ପିଆର ଶ୍ରୀଜେଶ । ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂ ନିଯୁକ୍ତ ହୋଇଛନ୍ତି ଦଳର ଉପ ଅଧିନାୟକ । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ ପଦକ ବିଜୟୀ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଗୋଲ ରକ୍ଷକ ଶ୍ରୀଜେଶଙ୍କୁ ଏହି ଚାମ୍ପିଅନଶି୍‌ ପାଇଁ ବିଶ୍ରାମ ଦିଆ ଯାଇଥିବା ବେଳେ କ୍ରିଷାନ ବାହାଦୁର ପାଠକ ଓ ସୁରଜ କାରକେରା ଗୋଲ କିର ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ ହୋଇଛନ୍ତି । ତେବେ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଖେଳାଳିଙ୍କ ସହିତ ଆଉ କିଛି ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରା ଯାଇଛି । ଟୋକିଓ ଅଲିମ୍ପିକ୍ସ ପରେ ଭାରତ ପାଇଁ ଏହା ହେଉଛି ପ୍ରଥମ ବୃହତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ।

ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଜାପାନ,ମାଲେସିୟା, ପାକିସ୍ତାନ ଓ ବାଂଲାଦେଶ ପ୍ରମୁଖ ଦେଶ ଅଂଶ ଗ୍ରହଣ କରିବେ । ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ୍‌ କହିଛନ୍ତି ଯେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ ଏହି ଦଳ ଗଠନ କରିଛୁ । ତେଣୁ ଦଳରେ ସ୍ଥାନ ପାଇଥିବା ଖେଳାଳି ମାନେ ସେମାନଙ୍କର ଦକ୍ଷତା ପ୍ରମାଣ କରିବା ପାଇଁ ଏହା ବଡ ସୁଯୋଗ । ଭାରତ ଡିସେମ୍ବର ୧୪ ତାରିଖ ଦିନ ପ୍ରଥମ ମ୍ୟାଚରେ କୋରିଆକୁ ଭେଟିବ । ସେହିପରି ତା ପରଦିନ ବାଂଲାଦେଶ ଓ ଡିସେମ୍ବର ୧୭ ତାରିଖ ଦିନ ପାକିସ୍ତାନ ବିରୋଧରେ ଖେଳିବ ତୃତୀୟ ମ୍ୟାଚ । ସେହିପରି ଡିସେମ୍ବର ୧୮ ତାରିଖରେ ମାଲେସିୟା ଓ ୧୯ ତାରିଖ ଦିନ ଜାପାନ ବିକ୍ଷ ମ୍ୟାଚ ଖେଳିବା ପରେ କେଉଁ ଚାରି ଦଳ ସେମିଫାଇନାଲ ଖେଳିବେ ତାହା ସ୍ପଷ୍ଟ ହେବ । ଭାରତୀୟ ଦଳ-କ୍ରିଷାନ ବାହାଦୁର ପାଠକ,ସୁରଜ କେରକେରା(ୱିକେଟ କିର)ହରମନପ୍ରୀତ ସିଂ,ଗୁରିନ୍ଦର ସିଂ, ଜରମନପ୍ରୀତ ସିଂ, ଦୀପସନ ତିର୍କୀ, ବରୁଣ କୁମାର,ନୀଲମ ସଞ୍ଜିବ ଖେସ୍‌, ମନଦୀପ ମୋର୍‌ (ଡିଫେଣ୍ଡର),ହାର୍ଦ୍ଦିକ ସିଂ,ମନପ୍ରୀତ ସିଂଜସକିରନ ସିଂ, ସୁକିତ, ରାଜକୁମା ପାଲ,ଆକାଶଦୀପ ସିଂ,ସାମଶେର ସିଂ(ମିଡଫିଲଡର),ଲଳିତ କୁମାର ଉପାଧ୍ୟାୟ, ଦିଲପ୍ରିତ ସିଂ,ଗୁରସାହିବଜିତ ସିଂ,ଶିଳାନନ୍ଦ ଲାକ୍ରା(ଫରୱାର୍ଡ)।

Get real time updates directly on you device, subscribe now.