fbpx

ଦକ୍ଷିଣୀ ରାଜ୍ୟ ଗୁଡ଼ିକରେ ତାଣ୍ଡବ କରୁଛି ବର୍ଷା, କେବଳ ନଭେମ୍ବରରେ ଆଖି ବୁଜିଲେଣି ୧୭୨

ନୂଆଦିଲ୍ଲୀ: ଭାରତର ଦକ୍ଷିଣାଞ୍ଚଳ ଗୁଡ଼ିକରେ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି । ଖାସ୍ କରି ତାମିଲନାଡ଼ୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗାଁ ଗାଁରେ ପାଣି ପଶିବା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ମୁଷଳଧାର ବର୍ଷା ହେବାଫଳରେ ବିଭିନ୍ନ ଗାଁରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହାକୁ ମିଶାଇ ତାମିଲନାଡ଼ୁରେ କେବଳ ୬୮ ଜଣ ପ୍ରାଣ ହରାଇଛନ୍ତି । ଏହାଉପରେ ପୁଣି ପାଣିବାଗ ବିଭାଗ ପକ୍ଷରୁ ଡିସେମ୍ବର ୨ ତାରିଖ ଯାଏଁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଯଦି କେବଳ ନଭେମ୍ବର ମାସକୁ ଦେଖିବାକୁ ତେବେ ୧ ତାରିଖରୁ ଏପର୍ଯ୍ୟନ୍ତ ୫ ଦକ୍ଷିଣୀ ରାଜ୍ୟରୁ ୧୭୨ ଜଣ ଲୋକ ଆଖି ବୁଜିଛନ୍ତି । ତାମିଲନାଡ଼ୁରେ ସର୍ବାଧିକ ମୃତ୍ୟୁ ହୋଇଛି । ଏହା ପରେ ରହିଛି କେରଳ ୪୮, ଆନ୍ଧ୍ରପ୍ରଦେଶରେ ୪୪ ଓ କର୍ଣ୍ଣାଟକରେ ୧୨ ଜଣ ଲୋକଙ୍କ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ତେଲେଙ୍ଗାନାରେ ବର୍ଷା ଯୋଗୁଁ କୌଣସି ପ୍ରକାର ଜୀବନ ହାନି ହୋଇନାହିଁ । ତାମିଲନାଡ଼ୁର ସ୍ଥିତି ଏତେ ଖରାପ ଯେ, ଲୋକଙ୍କୁ ଖାଦ୍ୟ ଷ୍ଟକ୍ ରଖିବାକୁ ପଡ଼ୁଛି । ଲୋକଙ୍କର ଘରେ ଘରେ ପାଣି ପଶିରହିଛି । ରାସ୍ତାଘାଟ ତଥା ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି ।

ଶୁକ୍ରବାର ଦିନ ତାମିଲନାଡ଼ୁର ଦକ୍ଷିଣୀ ଜିଲ୍ଲା ଗୁଡ଼ିକ ଯେପରିକି ତିରୁନେଲଭେଲି, ଥୁଥୁକୁଡ଼ି, ରାମନାଥପୁରମ୍, ପୁଦୁକୋଟ୍ଟଇ ଓ ନାମାପଟ୍ଟିନମ୍ ଇତ୍ୟାଦିରେ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇଛି । ଥୁଥୁକୁଡ଼ିରେ ୨୪ ଘଣ୍ଟା ମଧ୍ୟରେ ୨୫୦ ମିମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.