fbpx

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ଥାନାରେ ଲିଖିତ ଅଭିଯୋଗ କଲେ ଦୋକାନୀ

ଡେଲାଙ୍ଗ (ଭାସ୍କର ନ୍ୟୁଜ): ଡେଲାଙ୍ଗ ଥାନା ସୁଜନପୁର ପଂଚାୟତ ଅର୍ନ୍ତଗତ ଗୋଡିସାହୀରେ ପୁର୍ବ ଶତ୍ରୁତାକୁ ନେଇ ଆନନ୍ଦ ପାଲଟାସିଂହଙ୍କ ଜଳିଖିଆ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିବା ନେଇ ଡେଲାଙ୍ଗ ହାଟଫାଣ୍ଡିରେ ଅଭିଯୋଗ ହୋଇଛି ।

ମିଳିଥିବା ସୁଚନା ମୁତାବକ, ଗୁରୁବାର ରାତିରେ ଅଭିଯୋଗକାରୀଙ୍କ ଜଳଖିଆ ଦୋକାନରେ ଦୁର୍ବୃତ୍ତ ମାନେ କିରୋସିନି ଢାଳି ନିଆଁ ଲଗାଇଦେବାରୁ ଦୋକାନର ନଗଦ ୨ହଜାର ଟଙ୍କା ଓ ଆସବାବ ପତ୍ର ସହ ପ୍ରାୟ ୧୦ ହଜାର ଟଙ୍କା କ୍ଷତି ହୋଇଥିବା ନେଇ ଆନନ୍ଦ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏପରିକି ପ୍ରାୟ ଦେଢ ବର୍ଷଧରି ତାଙ୍କ ଘର ସମ୍ମୁଖରେ ଥିବା ଜାଗା ଉପରେ ବାଲି ଗଦାଇବାକୁ ନେଇ ତାଙ୍କର ସେହି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ସହିତ ବିବାଦ ଲାଗିଥିଲା ।ଅଭିଯୋଗକାରୀଙ୍କ ସହିତ ସେହି ଗ୍ରାମର ଜୈନିକ ବ୍ୟକ୍ତିଙ୍କର ଆଜକୁ ଦେଢ ବର୍ଷ ଧରି ଘର ସାମ୍ନାରେ ଥିବା ଜାଗାରେ ଏକ ଟ୍ରିପ୍ ବାଲି ଗଦାଇବାକୁ କେନ୍ଦ୍ରକରି ଶତ୍ରୁତା ଓ ବିବାଦ ଲାଗି ରହିଥିଲା। ଯାତାୟତରେ ଅସୁବିଧା ହେବା ଓ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ସେ ସେହି ସ୍ଥାନରୁ ବାଲି ଉଠାଇବା ପାଇଁ ବାରମ୍ବାର କହିବାରୁ ସେ ବାଲି ନଉଠାଇବାରୁ ଶତ୍ରୁତା ଲାଗି ରହିଥିଲା । ତେବେ ଗତକାଲି ରାତିରେ ତାଙ୍କ ଜଳଖିଆ ଦୋକାନରେ ନିଆଁ ଲାଗି ଜଳିଯିବାରୁ ପୁର୍ବ ଶତ୍ରୁତାରଥିବା ବ୍ୟକ୍ତି ଜଣକ ଏହି କାଣ୍ଡ କରିଥିବା ନେଇ ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗକୁ ଭିତିକରି ତଦନ୍ତ ଜାରି ରହିଛି । ଏହା ପ୍ରମାଣିତ ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ  ସୂଚନା ଦେଇଛନ୍ତି।

Get real time updates directly on you device, subscribe now.