fbpx

ଡେଲଟାଠାରୁ ମାରାତ୍ମକ ‘Omicorn Variant’, ବି.୧.୧.୫୨୯ ଭୁତାଣୁକୁ ନେଇ ଗମ୍ଭୀର ସଙ୍କଟ; ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି । ଭାରତ ସମତେ ଦକ୍ଷିଣ ଆଫ୍ରିକା, ଆମେରିକା ଆଦି ଦେଶ ଗୁଡ଼ିକରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୂର୍ବରୁ ବି ଅନେକ କରୋନା ଭାରିଆଣ୍ଟ ଦେଖିବାକୁ ମିଳିଥିବା ବେଳେ ଏବେ ଆଉ ଏକ ନୁତନ ଭାରିଆଣ୍ଟ ନିଦ ହଜାଇଲାଣି । କାରଣ ବିଶେଷଜ୍ଞ ମାନେ ମଧ୍ୟ ଏହି ନୂତନ ଭାରିଆଣ୍ଟକୁ ନେଇ ଚେତାବନୀ ଜାରି କରିବା ସହିତ ଏହା ଖୁବ୍ ମାରାତ୍ମକ ବୋଲି କହିଛନ୍ତି । ଏହି ନୂତନ ଭାରିଆଣ୍ଟ୍ ଦକ୍ଷିଣ ଆଫ୍ରିକା ସମେତ ତିନି ଦେଶରେ ଚିହ୍ନଟ ହୋଇଛି ।

ଭାରତୀୟ ବୈଜ୍ଞାନିକ ମାନେ ଏହି ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜିନୋମ୍ ସିକ୍ୱେସିଙ୍ଗ ଉପରେ ନଜର ରଖୁଥିବା ଇନ୍ସକଙ୍ଗଙ୍କ କହିବା କଥା ଯେ, ଏହି ନୂଆ ଭାରିଆଣ୍ଟ୍ ବି.୧.୧.୫୨୯ ଯଦି ଡେଲଟା ସହିତ ମିଶିଯାଏ ତେବେ ଗମ୍ଭୀର ସଙ୍କଟ ଆଣିପାରେ । ତେବେ ଏବେ ପର୍ଯ୍ୟନ୍ତ ଏହି ମିଶ୍ରଣର କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ଏହାକୁ ନେଇ ଆଶଙ୍କା କରାଯାଉଛି । ଭାରତୀୟ ବୈଜ୍ଞାନିକଙ୍କ କହିବା କଥା ଯେ, ଏହି ଭାରିଆଣ୍ଟ ପେଯରି ଭାରତକୁ ପ୍ରବେଶ ନକରେ । ନଚେତ୍ ପରିସ୍ଥିତି ଜଟିଳ ହୋଇପାରେ ।

ନୂଆଦିଲ୍ଲୀ ସ୍ଥିତ କାଉନ୍ସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଟ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସଆଇଆର୍) ର ଇନଷ୍ଟୁଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଟ ଇଣ୍ଡିଗ୍ରେଟିଭ୍ ବାୟୋଲୋଜୀ(ଆଇଜିଆଇବି)ର ବରିଷ୍ଠ ବୈଜ୍ଞାନିକ ଡ. ବିନୋଦ ସ୍କାରିୟାଙ୍କ କହିବା କଥା ଯେ, ପ୍ରଥମ ଥର ଭାଇରସ୍ ର ୩୨ ଥର ମ୍ୟୁଟେସନ୍ ହୋଇଛି । ଭାଇରସ୍ ର ସ୍କାଇପ୍ ଗଠନରେ ସବୁଠାରୁ ଅଧିକ ପରିବର୍ତ୍ତନ ଆସିଛି ଯାହାଫଳରେ ବ୍ରେକ୍ ଥ୍ରୁ ଇନଫେକ୍ସନ୍ ମାମଲା ସାମନାକୁ ଆସିଛି ।

ଇନ୍ସକଙ୍ଗଙ୍କ ଅନୁସାରେ, ଭାରତରେ ଏବେସୁଦ୍ଧା ୧.୧୫ ଲକ୍ଷ ସାମ୍ପଲ୍ ର ଜିନୋମ୍ ସିକ୍ୱେସିଙ୍ଗ ପୂରା ହୋଇସାରିଛି । ଏଥିରେ ୪୫ହଜାର ୩୯୪ ସାମ୍ପଲରେ ମାରାତ୍ମକ ଭାରିଆଣ୍ଟ ମିଳିଛି । ଡେଲଟା ଭାରିଆଣ୍ଟର ୨୮ହଜାର ୮୮୦ ମାମଲା ମିଳିସାରିଛି । ଡେଲଟା ଭାରିଆଣ୍ଟରେ ହିଁ ୨୫ ଥର ମ୍ୟୁଟେସନ୍ ହୋଇଛି ଓ ଏହି ମ୍ୟୁଟେସନ୍ ଏପର୍ଯ୍ୟନ୍ତ ୬୬୧୧ ସାମ୍ପଲରେ ଦେଖିବାକୁ ମିଳିଛି ।

ନୂତନ ଭାରିଆଣ୍ଟକୁ ନେଇ ଶୁକ୍ରବାର ଦିନ ବୈଜ୍ଞାନିକମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ହେଲେ ଏହି ତିନିଟି ଦେଶ ବ୍ୟତୀତ ସନ୍ଦିଗ୍ଧ ରୋଗୀଙ୍କ ପାଇଁ ବିମାନବନ୍ଦରରେ ହିଁ ହୋମ୍ କ୍ୱାରେଣ୍ଟାଇନ୍ ର ବ୍ୟବସ୍ଥା ହେବା ଆବଶ୍ୟକ ।

Get real time updates directly on you device, subscribe now.