fbpx

ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା, ପ୍ରଧାନମନ୍ତ୍ରୀ ଡକାଇଲେ ବଡ଼ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା କାୟା ମେଲାଇବାରେ ଲାଗିଲାଣି । କରୋନା ଓ ଟିକାକରଣ ନେଇ ବଡ଼ ବୈଠକ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ସାଢ଼େ ୧୦ଟାରେ କେନ୍ଦ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ମୋଦୀ । ଦେଶରେ ଚାଲିଥିବା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକରେ ଆଲୋଚନା ହେବ । ନୂଆ ଭାରିଆଣ୍ଟି ଚିହ୍ନଟ ହେବା ପରେ ଏହି ବୈଠକ ବସୁଛି । ତେବେ ବର୍ତ୍ତମାନ ସମୟରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଅଧିକ ସଂକ୍ରମିତ ହେବାରେ ଲାଗିଛନ୍ତି । ଗୋଟିଏ ପଟେ ସ୍କୁଲ ଖୋଲୁଥିବା ବେଳେ ଅନ୍ୟପଟେ ପଜିଟିଭ୍ ହାର ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.