fbpx
BSKY SKY
BSKY SKY

‘ଅତି ଖରାପ’ ଶ୍ରେଣୀରେ ଦିଲ୍ଲୀର ବାୟୁ, ୩୮୬ରେ ପହଞ୍ଚିଲା AQI

BSKY

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ର ବାୟୁର ଗୁଣବତ୍ତା ଆଜି ପୁଣିଥରେ ବିଗିଡ଼ିଯାଇଛି । ବାୟୁ ଗୁଣବତ୍ତା ଓ ମୌମୁମୀ ପୂର୍ବନୁମାନ ଓ ଅନୁସନ୍ଧାନ ପ୍ରଣାଳୀ(SAFAR)ଙ୍କ କହିବା ଅନୁସାରେ, ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୩୮୬ରେ ପହଞ୍ଚିଛି । ଯାହାକୁ କି ‘ଅତି ଖରାପ’ ଶ୍ରେଣୀ ବୋଲି କୁହାଯିବ । ସେହିପରି ଗୁରୁଗ୍ରାମ ଓ ନୋଏଡାରେ ମଧ୍ୟ ବାୟୁ ଗୁଣବତ୍ତା “ଅତି ଖରାପ” ଶ୍ରେଣୀରେ ରହିଛି । ଏହି ଦୁଇ ସ୍ଥାନରେ ଏକ୍ୟୁଆଇ କ୍ରମଶଃ ୩୫୫ ଓ ୩୯୧ ରହିଛି ।

SAFAR ଅନୁସାରେ, ବାୟୁ ପ୍ରଦୁଷଣ ବଢ଼ୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ସଫର୍ କହିଛି ଯେ, ଦିଲ୍ଲୀର ପିଏମ୍୨.୫ରେ ନଡ଼ା ଜଳାଇବା ସହ ସମ୍ବନ୍ଧିତ ପ୍ରଦୁଷକ ଅଂଶ ୮ ପ୍ରତିଶତ ରହିଛି । ତେବେ ନଭେମ୍ବର ୨୯ ତାରିଖରୁ ବାୟୁରେ ସୁଧାର ଆସିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.