fbpx

ପ୍ରତ୍ୟେକ ମହିଳାଙ୍କୁ ମିଳିବ ମାଗଣା Washing Machine! ମୋଦୀ ଆଣୁଛନ୍ତି ନୂଆ ଯୋଜନା? ବୟାନ ଜାରି କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବର୍ଗକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ନାନା ଯୋଜନା ପ୍ରଣୟନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷକ, ମହିଳା ତଥା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ୮୦ କୋଟି ଲୋକଙ୍କୁ ରାସନ କାର୍ଡର ବ୍ୟବସ୍ଥା ରହିଛି । କିନ୍ତୁ ବର୍ତ୍ତମାନ ଆଉ ଏକ ଯୋଜନାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଯୋଜନାରେ ମହିଳା ମାନଙ୍କୁ ମାଗଣାରେ ୱାସିଙ୍ଗ ମେସିନ ଯୋଗାଇ ଦିଆଯିବା ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଏ ନେଇ ସରକାରଙ୍କ ତରଫରୁ ବୟାନ ଜାରି ହୋଇଛି ।

ସୋସିଆଲ ମିଡିଆ ପ୍ଲାଟପର୍ମ ଟ୍ୱିଟର(ଏକ୍ସ)ରେ ‘ଫ୍ରି ୱାସିଙ୍ଗ ମେସିନ୍’ ଯୋଜନାକୁ ଏବେ ଖୁବ ଟ୍ରେଣ୍ଡ କରୁଛି । ସରକାର ଏହି ନୂଆ ଯୋଜନା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ୱାସିଙ୍ଗ ମେସିନ୍ ଯୋଗାଇ ଦେବେ ବୋଲି ପୋଷ୍ଟ କରାଯାଇଛି । କେବଳ ଟ୍ୱିଟର ନୁହେଁ, ବର୍ତ୍ତମାନ ଏହା ୟୁଟ୍ୟୁବ ସମେତ ବିଭିନ୍ନ ପ୍ଲାଟଫର୍ମରେ ଏହି ମେସେଜ ଖୁବ ଭାଇରାଲ ହେଉଛି । ଖୁବଶୀଘ୍ର ମୋଦୀ ସରକାର ଦେଶର ସମସ୍ତ ମହିଳାଙ୍କୁ ମାଗଣା ୱାସିଙ୍ଗ ମେସିନ ପ୍ରଦାନ କରିବେ ବୋଲି କୁହାଯାଉଛି । ସମସ୍ତ ରାଜ୍ୟର ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜାଣିବାକୁ ମିଳିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟ ବା ଖବରକୁ ନେଇ ଫ୍ୟାକ୍ଟଚେକ୍ କରିଥିଲା ସରକାରୀ ପୋର୍ଟାଲ ପ୍ରେସ୍ ସୂଚନା ବ୍ୟୁରୋ । ଏ ନେଇ ପିଆଇବି ତରଫରୁ ସ୍ପଷ୍ଟୀକରଣ ମଧ୍ୟ ପ୍ରଦାନ କରାଯାଇଛି । “gyanmandirofficials” ନାମକ ଏକ ଚାନେଲ ତରଫରୁ ଏକ ଭିଡିଓ ପୋଷ୍ଟ କରି ‘ଫ୍ରି ୱାସିଙ୍ଗ ମେସିନ୍’ ଯୋଜନା ନେଇ ସୂଚନା ଦେଇଛି । କେନ୍ଦ୍ର ସରକାର ଖୁବଶୀଘ୍ର ମହିଳାଙ୍କୁ ୱାସିଙ୍ଗ ମେସିନ ବଣ୍ଟନ କରିବେ ବୋଲି ଏହି ଭିଡିଓରେ କୁହାଯାଇଛି ।

ତେବେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପିଆଇବି କହିଛି ଯେ, ବିଭିନ୍ନ ୟୁଟ୍ୟୁବ ଚାନେଲ ତଥା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟରେ କୌଣସି ସତ୍ୟତା ନାହିଁ । ପିଆଇବି ଫ୍ୟାକ୍ଟଚେକ୍ ଏହି ଭିଡିଓର ଏକ ସ୍କ୍ରିନସଟ୍ ସହ ମାମଲାର ସ୍ପଷ୍ଟ ସୂଚନା ଦେଇଛି । ଏହି ପୋଷ୍ଟରେ କୁହାଯାଇଛି ଯେ, ‘ୟୁଟ୍ୟୁବ ଚାନେଲରେ ଅପଲୋଡ ହୋଇଥିବା ଏହି ଭିଡିଓ ଏବଂ ଭିଡିଓରେ ଥିବା ସମସ୍ତ ତଥ୍ୟ/ସୂଚନା ମିଥ୍ୟା ଏବଂ ଗୁଜବ । ତେଣୁ ଭାଇରାଲ ହେଉଥିବା ଏହି ଭିଡିଓ ଏବଂ ମିଥ୍ୟା ଗୁଜବ ପ୍ରତି ସାବଧାନ ରହିବାକୁ କହିଛି ପିଆଇବି । ମୋଦୀ ସରକାରଙ୍କ ତରଫରୁ ଏଭଳି କୌଣସି ଯୋଜନା ଆରମ୍ଭ ହୋଇନାହିଁ । ଏସବୁ ମିଥ୍ୟା ଗୁଜବରୁ ଦୂରେଇ ରହିବା ସହ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରିବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.