fbpx
BSKY
BJD SHG SKY
BJD YOUTH SKY

୧୦ ପ୍ରତିଶତ ବଢ଼ିପାରେ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ: ଖର୍ଚ୍ଚ କମାଇବାକୁ ଛୋଟ ପ୍ୟାକ୍ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ଏବେ ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ପାଇଁ ଅଧିକ ପକେଟ୍ ଖାଲି କରବିକୁ ପଡିପାରେ । ପାମ ତେଲ ଓ ପ୍ୟାକେଜିଂ ସାମଗ୍ରୀ ଭଳି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁଁ ଏଫଏମସିଜି କମ୍ପାନୀଗୁଡ଼ିକ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହା ବ୍ୟତୀତ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ମଧ୍ୟ ଏଫଏମସିଜି କମ୍ପାନୀଗୁଡ଼ିକୁ ଶକ୍ତ ଝଟକା ଲାଗିଛି । ସେମାନଙ୍କ କହିବା ମୁତାବକ, ଗହମ, ଖାଇବା ତେଲ ଓ ଅଶୋଧିତ ତୈଳ ବୃଦ୍ଧି ଘଟିବ । ଡାବର ଓ ପାରଲେ ଭଳି କମ୍ପାନୀଗୁଡିକ ପରିସ୍ଥିତି ଉପରେ ନଜର ରଖିଛନ୍ତି ଓ ମୁଦ୍ରାସ୍ଫୀତି ଚାପର ମୁକାବିଲା ପାଇଁ ବୁଝିଶୁଝି ପଦକ୍ଷେପ ଗ୍ରହଣ କରିବେ । ଗତସପ୍ତାହରେ ହିନ୍ଦୁସ୍ତାନ ୟୁନିଲିଭର ଓ ନେଷ୍ଟଲେ ସେମାନଙ୍କ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.