fbpx

(ଭିଡିଓ ଦେଖନ୍ତୁ) ରାତି ୧୨ଟାରେ ରାଜରାସ୍ତାରେ ଯୁବକଟି ଦୌଡ଼ୁଛି କାହିଁକି? ତା’ର ଦୁଃଖ ଜାଣିଲେ ଆପଣ ବି ଲୁହ ଝରାଇବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଏକ କାନ୍ଧରେ ଏକ ବ୍ୟାଗ ପକାଇ ରାସ୍ତା ମଝିରେ ଦୌଡ଼ୁଥିବା ଦେଖାଯାଉଛି । ଉତ୍ତରାଖଣ୍ଡର ଫିଲ୍ମନିର୍ମାତା ବିନୋଦ କାପଡ଼ୀ ଏହି ଭିଡିଓକୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଉତ୍ତରପ୍ରଦେଶର ନୋଏଡ଼ାର ରାଜରାସ୍ତାରେ ଦୌଡ଼ୁଥିବା ଉକ୍ତ ୧୯ ବର୍ଷୀୟ ଉକ୍ତ ଯୁବକ ଜଣଙ୍କ ଲିଫ୍ଟ ନେବାକୁ ମନା କରିଦେଇଥିଲେ । ତେବେ ଯୁବକ ଜଣଙ୍କ ଦୌଡ଼ୁଥିବା ସମୟରେ ପ୍ରକୃତ କାରଣ ବିଷୟରେ ଜାଣିବା ପାଇଁ ଅଧିକାଂଶ ଲୋକ ଆଗ୍ରହ ପ୍ରକାଶ କରିଥିଲେ ।

ତେବେ ଜଣାପଡ଼ିଛି ଯେ, ଦୌଡ଼ୁଥିବା ଯୁବକଙ୍କର ନାମ ହେଉଛି ପ୍ରଦୀପ ମେହେରା ଓ ସେ ଉତ୍ତରାଖଣ୍ଡର ନିବାସୀ । କାପଡ଼ୀ ପ୍ରଦୀପଙ୍କୁ ରାସ୍ତାରେ ଅନେକ ପ୍ରଶ୍ନ କରିଥିଲେ । ପ୍ରଦୀପ କହିଥିଲେ ଯେ, ସେ ନୋଏଡ଼ା ସେକ୍ଟର-୧୬ର ମାକଡୋନାଲ୍ଡରେ କାର୍ଯ୍ୟ କରନ୍ତି । ସେନା ଭର୍ତ୍ତି ହେବା ପାଇଁ ସେ ରାତିରେ ଦୈନିକ ୧୦ କିଲୋମିଟର ଦୌଡ଼ନ୍ତି । କାର୍ଯ୍ୟ ବ୍ୟସ୍ତତା କାରଣରୁ ଦୌଡ଼ ପ୍ରାକ୍ଟିସ କରିବା ପାଇଁ ସମୟ ମିଳୁ ନଥିବାରୁ ସେ ରାତିରେ ଦୌଡ଼ିଥାନ୍ତି । ତାଙ୍କର ମାଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଆଙ୍କର ଦେଖାଶୁଣା ତାଙ୍କର ଭାଇ କରିଥାନ୍ତି । ଏହି କାହାଣୀ ଶୁଣିବା କାପଡ଼ୀ ଭାବୁକ ହୋଇଯାଇଥିଲେ । ଏହି ଭିଡିଓଟିକୁ ଟ୍ୱିଟରରେ ୪୦ ହଜାରରୁ ଅଧିକ ଲୋକ ଲାଇକ୍ କରିଥିବା ଦେଖାଯାଇଛି ।

Get real time updates directly on you device, subscribe now.