fbpx

ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନଙ୍କ ପାର୍ଥିବ ଶରୀର ପହଞ୍ଚିଲା ବେଙ୍ଗାଲୁରୁରେ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ଭାରତରେ ପହଞ୍ଚିଛି । ରୁଷର ହମଲାରେ ନବୀନଙ୍କ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଯୋଗୁଁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ନବୀନଙ୍କ ମୃତଦେହ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଯଥାସାଧ୍ୟ ଉଦ୍ୟମ କରିଥିଲେ । ନବୀନଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ତକ୍ଷେପ କରିଥିଲେ ।

୨୧ ବର୍ଷୀୟ ନବୀନଙ୍କ ଘର କର୍ଣ୍ଣାଟକର ହାବେରୀ ଜିଲ୍ଲାରେ । ସେ ୟୁକ୍ରେନର ଖାରକିଭରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ । ସେ ସକାଳର ଜଳଖିଆ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଆଣିବା ପାଇଁ ମାର୍ଚ୍ଚ ୧ ତାରିଖରେ ବଙ୍କରରୁ ବାହାରକୁ ଆସିଥିଲେ । ଏହି ସମୟରେ ରୁଷର ରକେଟ୍ ମାଡ଼ରେ ଦୁର୍ଭାଗ୍ୟବଶତଃ ତାଙ୍କର ମୃତ୍ୟୁ ଘଟିଥିଲା । ଖାରକିଭରେ କର୍ଫ୍ୟୁ ଜାରି ରହିଥିବା ବେଳେ ସାଙ୍ଗସାଥୀଙ୍କୁ କିଛି ନ ଜଣାଇ ନବୀନ ବାହାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ନବୀନଙ୍କ ମୃତଦେହ ସ୍ୱଦେଶ ଫେରିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ନବୀନଙ୍କ ପରିଜନଙ୍କୁ ସାନ୍ତ୍ୱନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଆଜି ହାବେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.