fbpx
BSKY
BJD SHG SKY
BJD YOUTH SKY

ସେବାୟତ ହତ୍ୟା ମାମଲାରେ ୬ ଗିରଫ: ପ୍ରେସମିଟରେ ହତ୍ୟାର କାରଣ କହିଲେ ପୁରୀ SP

ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ପୁରୀ ଏସପିି କନୱର ବିଶାଳ ସିଂ ଆୟୋଜିତ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏସପିଙ୍କ କହିବା ମୁତାବକ, ‘ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି । ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଷଡ଼ଯନ୍ତ୍ରୀକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଗିରଫ ହୋଇଛନ୍ତି । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ସନ୍ଦୀପ ଜେନା, ଓ ମୁନା ପାତ୍ରଙ୍କୁ ଗିରଫ କରାଯାଇଛି । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ଥିଲା କାଳୁ । ଆଜି ୬ ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ଖୁବଶୀଘ୍ର ସେମାନଙ୍କୁ ରିମାଣ୍ଡ ପାଇଁ ଆବେଦନ ହେବ ।’

କିଛି ଲୋକଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ । ଗିରଫ କାଳୁଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି । ଏତଲାରେ ନାମ ଥିବା ଆଉ ୩ ଜଣଙ୍କୁ ଗିରଫ କରାଯିବ । ପୂର୍ବରୁ ଥରେ ହତ୍ୟା ଉଦ୍ୟମ କରି ସଫଳ ହୋଇ ନଥିଲେ । ପ୍ରତିଶୋଧ ପାଇଁ କିମ୍ବା ହତ୍ୟାର ଅନ୍ୟ କିଛି କାରଣ ଥାଇପାରେ । ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳୁକୁ ଯୋଜନା ପ୍ରସ୍ତୁତ ପାଇଁ କହିଥିଲେ । ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସନ୍ଦୀପ ଜେନାଙ୍କ ଭୂମିକା ରହିଛି । ଗିରଫ ମୁନା ପାତ୍ର ପିସ୍ତଲ ଯୋଗାଇଥିଲା ବୋଲି ଏସପି କହିଛନ୍ତି ।

ଏତଲା ଅନୁସାରେ ବାବା ମହାପାତ୍ର ଘଟଣାସ୍ଥଳରେ ଥିବାରୁ ତାଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିଛି । ହତ୍ୟାକାଣ୍ଡ ପାଇଁ ଟଙ୍କା ଡିଲ୍ ହୋଇଥିଲା । ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି ବୋଲି ଏସପି କହିଛନ୍ତି ।

Get real time updates directly on you device, subscribe now.