fbpx

ଗରମରେ ସମସ୍ତଙ୍କୁ ପିଆଜ ଖାଇବା ଉଚିତ୍: ଜାଣନ୍ତୁ ଏହାର ୫ଟି କାରଣ

Advertisement

ପିଆଜ ସାଧାରଣତଃ ସମସ୍ତଙ୍କ ଘରେ ବ୍ୟବହୃତ ହୁଏ । କେବଳ ଭାରତରେ ନୁହେଁ, ବରଂ ଅନେକ ଦେଶର ରୋଷେଇ ଘରେ କୁକିଂ ପିଆଜ ବିନା ସମ୍ପୂର୍ଣ୍ଣ ହେଇନଥାଏ । ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ ପିଆଜ । ଗରମରେ ପିଆଜ ଖାଇବାର ମହତ୍ତ୍ୱ ଆହୁରି ବଢ଼ିଯାଏ । ଖାସ୍ କରି ଲୁ’ ଚାଲିଥିବା ବେଳେ ପିଆଜ ଖାଇବା ଭଲ ରେଜଲ୍ଟ ଦେଇଥାଏ । ଆସନ୍ତୁ ଜାଣିବା କ’ଣ….

୧. ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ:-
ଆପଣ ଜାଣି ଆଶ୍ଚର୍ଯ୍ୟ ହେଲେ ବି ଏହା ସତ । ଯଦି ଗ୍ରୀଷ୍ମ ଋତୁରେ ଆପଣ କଞ୍ଚା ପିଆଜ ଖାଆନ୍ତି, ତେବେ ଏହା ଆପଣଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ । ଏହି କାରଣରୁ ଆପଣଙ୍କ ଶରୀର ଉପରେ ଅଧିକ ଉତ୍ତାପ ଏବଂ ଲୁ’ର କୌଣସି ଖରାପ ପ୍ରଭାବ ପଡେନାହିଁ । ମଧ୍ୟାହ୍ନ ଭୋଜନ ସହିତ ଆପଣ ସାଲାଡ ଆକାରରେ କଞ୍ଚା ପିଆଜ ଖାଇପାରିବେ କିମ୍ବା ସବୁଜ ଧନିଆ ସହିତ ପ୍ରସ୍ତୁତ ଏହାର ଚଟନୀ ଖାଇପାରିବେ ।

୨. ଅନ୍ତନଳୀକୁ ଶକ୍ତିଶାଳୀ କରେ:-
ଖରାଦିବେ ଖାଦ୍ୟ ସାମଗ୍ରୀ ଅତି ଶୀଘ୍ର ନଷ୍ଟ ହୋଇଯାଏ । ଅନେକ ଥର ଖାଦ୍ୟ ଖରାପ ହୋଇଯାଏ, କିନ୍ତୁ ଗନ୍ଧ ନଆସିବାରୁ ଆମେ ତାକୁ ଠିକ୍ ଅଛି ଭାବୁ ଖାଇଥାଉ । ଏହା ଆମ ଅନ୍ତନଳୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । କଞ୍ଚା ପିଆଜ ଖାଇବା ଦ୍ୱାରା ଅନ୍ତନଳୀରେ ଗୁଡ୍ ବ୍ୟାକ୍ଟେରିଆଙ୍କ ସଠିକ୍ ସଂଖ୍ୟା ରୁହେ, ଯାହାକି ପେଟ ଖରାପ କରୁଥିବା ଖରାପ ବ୍ୟାକ୍ଟେରିଆକୁ ବ୍ୟାପିବାକୁ ଦିଏନାହିଁ । ଏହାର ଅର୍ଥ କରାଦିନେ ପେଟକୁ ସୁସ୍ଥ ରଖିବାକୁ ଆପଣଙ୍କୁ କଞ୍ଚା ପିଆଜ ଖାଇବା ଆବଶ୍ୟକ ।

୩. ହାର୍ଟକୁ ସୁସ୍ଥ ରଖେ :-
ପିଆଜଭୁ ଆପଣ କଞ୍ଚା ଖାଆନ୍ତୁ କିମ୍ବା ଏହାକୁ ପନିପରିବାରେ ମିଶାଇ ନିୟମିତ ରାନ୍ଧନ୍ତୁ । ଏହା ଆପଣଙ୍କ ହାର୍ଟର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । କାରଣ ପିଆଜ ଖାଇବା ଦ୍ୱାରା ଶରୀର ଭିତରେ କ୍ଲୋଟିଂ ସମସ୍ୟା ନିୟନ୍ତ୍ରଣରେ ରହିଥାଏ ।

୪. ବ୍ଲଡ ସୁଗରକୁ ନିୟନ୍ତ୍ରଣ କରେ:-
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶରୀରରେ ବ୍ଲଡ ସୁଗର ଲେଭଲକୁ ନିୟନ୍ତ୍ରଣ କରିବାରେ ପିଆଜ ସାହାଯ୍ୟ କରିଥାଏ । ରିସର୍ଚ୍ଚରେ ଏହା ସାମ୍ନାକୁ ଆସିବା ପରେ ବୈଜ୍ଞାନିକମାନେ ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ପରେ ସେମାନେ ଜାଣିବାକୁ ପାଇଲେ କି, ପିଆଜରେ ମିଳୁଥିବା ସଲ୍ଫର ଶରୀରରେ ଇନସୁଲିନ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

୫. କ୍ୟାନ୍ସର ସେଲ୍ସକୁ ବଢ଼ିବାରେ ରୋକିଥାଏ :-
ସମଗ୍ର ବିଶ୍ୱରେ କରାଯାଇଥିବା ବିଭିନ୍ନ ରିସର୍ଚ୍ଚରେ ଏହା ସାମ୍ନାକୁ ଆସିଛି ଯେ, ଲାଲ ପିଆଜ ଶରୀରରେ କ୍ୟାନ୍ସର ସେଲ୍ସକୁ ରୋକିବାରେ ସାହାଯ୍ୟ କରିଥାଏ । ତେବେ ପ୍ରତିଦିନ ଆମ ସମସ୍ତଙ୍କ ଶରୀରରେ ଏହିପରି କିଛି ସେଲ୍ସ ସୃଷ୍ଟି ହୁଏ, ଯାହା ଯଦି ଠିକ୍ ସମୟରେ ବିଲୋପ ନହୁଏ, ତେବେ ପରେ ଏହା କ୍ୟାନ୍ସରର ରୂପ ନେଇପାରେ । ସେଥିପାଇଁ ଏକ ସୁସ୍ଥ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଏ । । ପିଆଜ ଖାଇବା ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ।

Get real time updates directly on you device, subscribe now.