fbpx
BJD SKY
BJD SKY

ପୂର୍ବତନ ଚୟନକର୍ତା କିରଣ ମୋରେଙ୍କ ଖୁଲାସା, ଧୋନୀଙ୍କୁ ଖେଳାଇବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ଗାଙ୍ଗୁଲିଙ୍କୁ ମନାଇବାକୁ ପଡିଥିଲା

BJD

ନୂଆଦିଲ୍ଲୀ : କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଯେବେ ଶ୍ରେଷ୍ଠ ୱିକେଟ୍ କିପର ଏବଂ ଅଧିନାୟକଙ୍କ କଥା ଉଠିବ ତେବେ ସେଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ନିଶ୍ଚୟ ଆସିବ । ଧୋନୀ ଅଧିନାୟକ ସହିତ ୱିକେଟ୍ ପଛରେ ଅନେକ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି । ସେ ଭାରତର କ୍ରିକେଟକୁ ନୂତନ ସ୍ତରକୁ ନେଇ ଯାଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱ କପ୍‌, ବିଶ୍ୱ କପ୍ ଓ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ ହୋଇଛି । ସେ ବିଶ୍ୱର ଏକ ମାତ୍ର ଅଧିନାୟକ ଯିଏ ନିଜ ଦଳକୁ ତିନୋଟି ଆଇସିସି ଟାଇଟଲ୍ ଦେଇଛନ୍ତି । ଏହା ମଧ୍ୟରେ ଧୋନୀଙ୍କୁ ନେଇ ପୂର୍ବତନ ୱିକେଟ୍ କିପର ତଥା ମୁଖ୍ୟ ଚୟନକର୍ତା କିରଣ ମୋରେ ଏକ ମଜାଦାର ଘଟଣା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଧୋନୀଙ୍କୁ ୱିକେଟ୍ କିପର ଭାବେ ଦଳରେ ସାମିଲ୍ କରାଇବା ପାଇଁ ସୌରଭ ଗାଙ୍ଗୁଲିଙ୍କୁ ୧୦ ଦିନ ପର୍ଯ୍ୟନ୍ତ ମନାଇବାକୁ ପଡିଥିଲା ।

ମୋରେ କହିଛନ୍ତି, ସେହି ସମୟରେ କ୍ରିକେଟର ଫର୍ମାଟ୍ ବଦଳିବାରେ ଲାଗିଥିଲା । ଆମକୁ ଜଣେ ପାୱାର ହିଟର ବ୍ୟାଟସମ୍ୟାନର ଆବଶ୍ୟକତା ଥିଲା । ଦଳରେ ଏମିତି ଜଣେ ଖେଳାଳି ଜରୁରୀ ଥିଲା ଯିଏ ନମ୍ବର ଛଅ କିମ୍ବା ସପ୍ତମରେ ବ୍ୟାଟିଂ କରି ଦ୍ରୁତ ୪୦-୫୦ ରନ ଯୋଡି ପାରିବେ । ରାହୁଲ ଦ୍ରାବିଡ ୱିକେଟ୍ କିପର ବ୍ୟାଟସମ୍ୟାନ ଭାବେ ୭୫ ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେ ୨୦୦୩ ବିଶ୍ୱ କପରେ ଏହି ଭୂମିକା ମଧ୍ୟ ନିର୍ବାହ କରିଥିଲେ । ତେଣୁ ଆମକୁ ଜଣେ ୱିକେଟ୍ କିପରର ସନ୍ଧାନ ଥିଲା । କାରଣ ଦଳ ରାହୁଲ ଦ୍ରାବିଡଙ୍କ ଉପରୁ ବୋଝ କମ କରିବାକୁ ଚାହୁଁଥିଲା ।

ସେ କହିଛନ୍ତି.ମୋର ଜଣେ ସାଙ୍ଗଙ୍କ ନଜର ଧୋନୀଙ୍କ ଉପରେ ପଡିଥିଲା । ତାଙ୍କ କହିବାନୁସାରେ ମୁଁ ଧୋନୀଙ୍କ ଖେଳ ଦେଖିବାକୁ ବିମାନରେ ଯାଇଥିଲି । ଉକ୍ତ ମ୍ୟାଚରେ ତାଙ୍କ ଦଳ ୧୭୦ ରନ କରିଥିଲା । ଏଥିରେ ଏକାକୀ ଧୋନୀ ୧୩୦ ରନ କରିଥିଲେ । ସବୁ ବୋଲରଙ୍କ ବିରୋଧରେ ସେ ରନ ବର୍ଷା କରିଥିଲେ । ଏଥିପାଇଁ ଆମେ ଚାହିଁଥିଲୁ ଫାଇନାଲ ମ୍ୟାଚରେ ଧୋନୀ ୱିକେଟ୍ କିପର ଭାର ସମ୍ଭାଳନ୍ତୁ । ଏମିତି ସ୍ଥିତିରେ ଧୋନୀଙ୍କୁ ୱିକେଟ୍ କିପର ଭାବେ ଦଳରେ ସାମିଲ କରିବା ପାଇଁ ମୋତେ ସୌରଭ ଗାଙ୍ଗୁଲିଙ୍କୁ ୧୦ ଦିନ ପର୍ଯ୍ୟନ୍ତ ମନାଇବାକୁ ପଡିଥିଲା ବୋଲି ମୋରେ କହିଛନ୍ତି ।

Get real time updates directly on you device, subscribe now.