fbpx

୧୪ ଦିନ ପାଇଁ ଜେଲ ଗଲେ ଚନ୍ଦ୍ରବାବୁ ନାଇଡୁ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଢିଲା ଅଢୁଆ

ହାଇଦ୍ରାବାଦ : ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଦାଲତ ୧୪ ଦିନ ଜେଲ ପଠାଯାଇଛି । ତେଲଗୁ ଦେଶମ ପାର୍ଟିର ଅଧକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ ଭ୍ରଷ୍ଟାଚାର ମାମଲାରେ ଗିରଫ କରାଯାଇଥିଲା । ରବିବାର ସକାଳେ ତାଙ୍କୁ ସିବିଆଇ ଅଦାଲତରେ ହାଜର କରିଥିଲା । ଶନିବାର ରାତି ୩ ଟା ୪୦ରେ ତାଙ୍କର ଡାକ୍ତରୀ ମାଇନା ପାଇଁ ତାଙ୍କୁ ବିଜୟୱାଡା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ଏହା ପରେ ତାଙ୍କୁ ୧୦ ଘଣ୍ଟା ପଚରାଉଚରା କରାଯାଇଥିଲା ।

କୋଟି କୋଟି ଟଙ୍କାର ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଅଦାଲତ ରାୟ ଶୁଣାଇବା ପୂର୍ବରୁ ପୋଲିସ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ତା କରିସାରିଥିଲା ।

ସିଆଇଡି ଦଳ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ସକାଳ ୬ଟା ସମୟରେ ନନ୍ଦିଆଲ ସହରର ଜ୍ଞାନପୁର ସ୍ଥିତ ଆର କେ ଫକ୍ସନ ହଲ ବାହାରେ ଗିରଫ କରିଥିଲେ । ନାଇଡୁଙ୍କୁ ସେହି ସମୟରେ ଗିରଫ କରାଯାଇଥିଲା ଯେଉଁ ସମୟରେ ସେ ବସରେ ଶୋଇଥିଲେ । ତାଙ୍କ ଉପରେ ଆରୋପ ଲାଗିଛି ସେ ରାଜ୍ୟ ସରକାରଙ୍କର ୩୦୦ କୋଟି ଟଙ୍କା କ୍ଷତି କରିଛନ୍ତି ।

Get real time updates directly on you device, subscribe now.