ଦେଖନ୍ତୁ (video ) ବାହା ବେଦୀରେ Action… ବରଣମାଳା ବେଳେ ପହଞ୍ଚିଲେ ଏକ୍ସ ଗାର୍ଲଫ୍ରେଣ୍ଡ, ତଳେ ପଡ଼ିଲାନି ବିଧା-ଗୋଇଠା
ପ୍ରେମିକାକୁ ଲୁଚେଇ ବାହାହେବା ପଡ଼ିଲା ମହଙ୍ଗା । ଗଳାରେ ଫୁଲମାଳ ବଦଳରେ ବର ପିଠିରେ ପଡ଼ିଲା ଉତ୍ତମମଧ୍ୟମ । ସୋସିଆଲ ମିଡିଆରେୁ ଭିଡିଓ ଭାଇରାଲ।
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭଳିକି ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛିଦିନ ହେବ ସୋସିଆଲ ମିଡିଆରେ ବାହାଘରକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ୟୁଜର୍ସଙ୍କୁ ଏଣ୍ଟରଟେନ୍ ମଧ୍ୟ କରୁଛି ।
ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ବେଦୀରେ ବର, କନିଆଁ ବରଣମାଳା ପିନ୍ଧିବାକୁ ବାହାରୁଥିବାବେଳେ, ବେଦୀ ଉପରେ ବରକୁ ଉତ୍ତମମଧ୍ୟମ ଦିଆଯାଉଥିବା ଦେଖିବାକୁ ମିଳୁଛି ।
ଆଶ୍ଚର୍ଯ୍ୟର କଥା କନିଆଁ ଘର କି ବର ପକ୍ଷର କୌଣସି ବ୍ୟକ୍ତି ବରଙ୍କୁ ଏପରି ଚର୍ଚ୍ଚା କରୁ ନାହାନ୍ତି, ବରଂ ବରର ଏକ୍ସ ଗାର୍ଲଫ୍ରେଣ୍ଡ ବାହାଘରରେ ପହଞ୍ଚି ଭିଆଇଛନ୍ତି ଏହି କାଣ୍ଡ ।
ରିପୋର୍ଟ ମୁତାବକ, ବର ଜଣକ ପ୍ରେମିକାକୁ ନ ଜଣେଇ ବାହା ହୋଇଯାଉଥିବାବେଳେ, ଖବର ପାଇ ବାହାଘର ବେଦୀରେ ପହଞ୍ଚିଯାଇଛନ୍ତି ଗାର୍ଲଫ୍ରେଣ୍ଡ ।
ବର, କନିଆଁ ଉଭୟେ ପରସ୍ପରକୁ ଫୁଲମାଳ ପିନ୍ଧାଉଥିବାବେଳେ ସେଠାରେ ପହଞ୍ଚିଯାଉଛନ୍ତି ଗାର୍ଲଫ୍ରେଣ୍ଡ । ବରର ପଛପଟୁ ପ୍ରେମିକା ଆସି ପ୍ରଥମେ ତାଙ୍କୁ ଗୋଇଠା ମାରୁଛନ୍ତି । ଯାହାପରେ, ବର ମୁହଁମାଡ଼ି ତଳେ ପଡ଼ିଯାଉଛନ୍ତି । ବରକୁ ତଳୁ ଉଠିବାକୁ ଦେଉ ନାହାନ୍ତି ପ୍ରେମିକା । ହାତମୋଡ଼ି ଦୁମ୍ ଦାମ୍ ବିଧା ମାରି ଚାଲିବା ସହ ଚିକ୍ରାର କରି ପାଟି କରୁବାରେ ଲାଗୁଛନ୍ତି ।
ଏତିକି ଦେଖି କନିଆଁ ଡରରେ ଥରୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ପ୍ରେମିକାର ଏ ପ୍ରକାର କାଣ୍ଡ ଦେଖି, ସେଠାରେ ଉପସ୍ଥିତ କିଛି ମହିଳା ଯୁବତୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି ।
ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିସାରିଥିବାବେଳେ ବହୁ ଲୋକ ନିଜ ମତ କମେଣ୍ଟ ମାଧ୍ୟମରେ ଦେଇଛନ୍ତି ।
View this post on Instagram