fbpx
BJD SKY
BJD SKY

ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ବିଜେପିରେ ସାମିଲ ହେଲେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପଞ୍ଚାୟତଠାରୁ ଆରମ୍ଭ କରି ରାଜ୍ୟ ସଂଗଠନ ସ୍ତରରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ଆଗଧାଡ଼ିର ଟାଣୁଆ ରାଜନେତା ନୂଆ ଦଳରେ ସାମିଲ ହୋଇଛନ୍ତି । ଖବର ମୁତାବକ, କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି । ଅର୍କ କେଶରୀଙ୍କ ସହିତ ତାଙ୍କର ପତ୍ନୀ ମାଳବିକା ଦେବୀ ମଧ୍ୟ ପଦ୍ମ ଧରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅର୍କ ଓ ମାଳବିକା ବିଜେପିରେ ଯୋଗଦାନ କରିଥିବା ଜଣାପଡ଼ିଛି ।

୨୦୧୪ ଲୋକସଭା ନିର୍ବାଚନରେ ଅର୍କ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପିତା ବିକ୍ରମ କେଶରୀ ଦେଓଙ୍କ ପରଲୋକ ପରେ ସେ ୨୦୧୩ ମସିହାରେ ବିଜେଡିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆସନ୍ତା ବର୍ଷ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଅର୍କ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ସେ ଆଗାମୀ ନିର୍ବାଚନରେ କୌଣସି କ୍ଷେତ୍ରରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.